Below header

ସଞ୍ଜୀବଙ୍କ ମୃତ୍ୟୁ ଦଣ୍ଡାଦେଶରେ ସ୍ତବ୍ଧ ପୂରା ପରିବାର, ଚମତ୍କାରକୁ କରିଛନ୍ତି ଅପେକ୍ଷା

କତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କ ମଧ୍ୟରୁ ଆଗ୍ରାର ବାସିନ୍ଦା ସଞ୍ଜୀବ ଗୁପ୍ତା ଅନ୍ୟତମ । ଏହି ଖବର ପରେ ସଞ୍ଜୀବଙ୍କର ପୁରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି । ସଞ୍ଜୀବଙ୍କ ପରିବାର ଲୋକ କେବଳ ଦିନରାତି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

କତାରର ଏକ କୋର୍ଟରେ ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ରହିଥିବା ୮ ଜଣ ପୂର୍ବତନ ଭାରତୀୟ ନୌସୈନା ଅଧିକାରୀଙ୍କୁ ଯେଉଁ ମୃତ୍ୟୁ ଦଣ୍ଡ ମିଳିଛି ତାହା ଭାରତରେ ଚହଳ ସୃଷ୍ଟି କରିଛି । ଏଭଳି ମୃତ୍ୟୁ ଦଣ୍ଡାଦେଶରେ ଭାରତ ସରକାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତେବେ କତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କ ମଧ୍ୟରୁ ଆଗ୍ରାର ବାସିନ୍ଦା ସଞ୍ଜୀବ ଗୁପ୍ତା ଅନ୍ୟତମ । ଏହି ଖବର ପରେ ସଞ୍ଜୀବଙ୍କର ପୁରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି । ସଞ୍ଜୀବଙ୍କ ପରିବାର ଲୋକ କେବଳ ଦିନରାତି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । କିଛି ଚମତ୍କାର ଘଟିଯାଉ ଏବଂ ପରିବାରର ପୁଅ କୌଣସି ପ୍ରକାରେ ଏହି ଦଣ୍ଡରୁ ମୁକ୍ତ ହୋଇ ତାଙ୍କ ଘରକୁ ଫେରିଆସୁ । କମାଣ୍ଡର ସଞ୍ଜୀବ ଗୁପ୍ତାଙ୍କ ବଡ଼ ଝିଅ ହେଉଛନ୍ତି ଜଣେ ଓକିଲ । ସେ ନିଜ ମା ଏବଂ ସାନ ଭଉଣୀ ସହିତ ସାହାଯ୍ୟ ପାଇଁ ଚାରିଆଡ଼େ ଘୂରି ବୁଲୁଛନ୍ତି ଯଦି କୌଣସି ସ୍ଥାନରୁ ସାହାଯ୍ୟ ମିଳିଯାଏ ତେବେ ତାଙ୍କ ବାପା ଘରକୁ ଫେରି ଆସିବେ ।

ପ୍ରାୟ ଏକ ବର୍ଷ ଧରି ବନ୍ଦୀ ଥିବା ଆଠ ଜଣ ଭାରତୀୟଙ୍କୁ ଗୁପ୍ତଚର ଅଭିଯୋଗରେ କତାରରେ ମୃତ୍ୟୁଦଣ୍ଡ ଦିଆଯାଇଛି । ସମସ୍ତେ ଭାରତୀୟ ନୌସେନାର ଦକ୍ଷ ଅଧିକାରୀ ଥିଲେ । ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଏବଂ କତାରର ଅଲ୍‌ ଡହାରା କମ୍ପାନୀରେ କାମ କରୁଥିଲେ । କମାଣ୍ଡର ସଞ୍ଜୀବ ଗୁପ୍ତା ମଧ୍ୟ ଏହି ଆଠଜଣ ସୈନିକଙ୍କ ମଧ୍ୟରୁ ଜଣେ । ସଞ୍ଜୀବ ଗୁପ୍ତାଙ୍କ ୯୦ ବର୍ଷିୟ ପିତା ରାଜପାଲ ଗୁପ୍ତା ଆଗ୍ରାର ଗାନ୍ଧୀ ନଗରରେ ରୁହନ୍ତି । ସେ ରେଳବାଇର ଜଣେ ଅବସରପ୍ରାପ୍ତ ଅଧିକାରୀ । ରାଜ ପାଲ ଗୁପ୍ତାଙ୍କ ୪ ପୁଅ ଅଛନ୍ତି । ତେବେ କମାଣ୍ଡର ସଞ୍ଜୀବ ଗୁପ୍ତାଙ୍କ ଦୁଇ ଜଣ ଭାଇ ଦୟାଲବାଗ ଏବଂ କମଲାନଗରରେ ରୁହନ୍ତି । ଅନ୍ୟ ଜଣେ ଭାଇ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ।

କମାଣ୍ଡର ସଞ୍ଜୀବ ଗୁପ୍ତା ପ୍ରତ୍ୟେକ ପର୍ବରେ ଘରକୁ ଆସୁଥିଲେ, କିନ୍ତୁ ଏଥର ତାଙ୍କ ବିଷୟରେ ଏପରି ଆଶ୍ଚର୍ଯ୍ୟଜନକ ଖବର ଆସିଥିଲା ଯେ ତାଙ୍କ ପରିବାର ଲୋକ କାନ୍ଦିବାକୁ ଲାଗିଥିଲେ । ଦିପାବଳୀ ପୂର୍ବରୁ କତାରର ଏକ କୋର୍ଟରୁ ତାଙ୍କ ମୃତ୍ୟୁ ଦଣ୍ଡର ଖବର ଆସିଥିଲା । ଏହା ଶୁଣିବା ପରେ ପୂରା ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଦିନରାତି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯେ କିଛି ଚମତ୍କାର ହେଉ ଏବଂ ସଞ୍ଜୀବ ଘରକୁ ଫେରି ଆସନ୍ତୁ । ମୃତ୍ୟୁଦଣ୍ଡ ବିଷୟରେ ଜାଣିବା ପରେ ସଞ୍ଜୀବ ଗୁପ୍ତାଙ୍କ ବାପା ଏବଂ ମା ବିଚଳିତ ହୋଇଛନ୍ତି । ତାଙ୍କ ପରିବାର ଲୋକ କହିଛନ୍ତି ଯେ ଆମ ସରକାର ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ସରକାର ମଧ୍ୟ ପୂରା ଚେଷ୍ଟା କରୁଛନ୍ତି । ତେବେ ଏହା ଏକ ଆନ୍ତର୍ଜାତୀୟ ମାମଲା ହୋଇଥିବାରୁ ସେମାନେ ଏହା ଉପରେ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.