ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ମିଳିଲା ତୃତୀୟ ହତ୍ୟା ଧମକ, ୨୦ କୋଟିରୁ ୪୦୦ କୋଟି ଦାବି

ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ୩ ଥର ହତ୍ୟା ଧମକ । ୩ ଦିନରେ ୩ ଥର ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି । ୪୦୦ କୋଟି ଟଙ୍କା ଦେବାକୁ ଇ-ମେଲ୍ ରେ ଧମକ ଦିଆଯାଇଛି । ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଏସିଆର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମାଲିକ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ୩ ଥର ହତ୍ୟା ଧମକ । ୩ ଦିନରେ ୩ ଥର ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି । ଗୋଟିଏ ଇ-ମେଲ୍ ଆଇଡିରୁ ହତ୍ୟା ଧମକ ମିଳିଛି । ୪୦୦ କୋଟି ଟଙ୍କା ଦେବାକୁ ଇ-ମେଲ୍ ରେ ଧମକ ଦିଆଯାଇଛି । ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ଗାମଦେବୀ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ପୂର୍ବରୁ ବି ମୁକେଶଙ୍କୁ ଅନେକ ଥର ଧମକ ମିଳିଥିଲା ।

ତେବେ ୩ ଦିନରେ ଏହ ତୃତୀୟ ଧମକ । ପୂର୍ବରୁ ଧମକ ଦେଇଥିବା ବ୍ୟକ୍ତି ୨୦ କୋଟି ଦାବି କରୁଥିବା ବେଳେ ଏବେ ୪୦୦ କୋଟି ଦାବି କହିଛନ୍ତି । ଏହା ସହିତ ପୋଲିସକୁ ମଧ୍ୟ ଚ୍ୟାଲେଞ୍ଜ ଦେଇଛି ଧମକ ଦେଇଥିବା ଅଜଣା ବ୍ୟକ୍ତି । ମୁମ୍ବାଇ ପୋଲିସ ଆଇପି ଆଡ୍ରେସ ଖୋଜୁଥିବା ବେଳେ କିନ୍ତୁ କିଛି ଜାଣିପାରୁନାହିଁ । ଏହି ମେଲ୍‌ [email protected] ଆସିଥିବା ଜଣାପଡିଛି । ତେଣୁ ପୋଲିସ ଇଣ୍ଟରପୋଲ ଜରିଆରେ ବେଲଜିୟମର ଭର୍ଚୁଆଲ ପ୍ରାଇଭେଟ ନେଟଓ୍ଵାର୍କ କମ୍ପାନୀ ଠାରୁ ଇମେଲ ଡିଟେଲ ଖୋଜିବା ପାଇଁ ସହାୟତା ମାଗୁଛି ।

ତେବେ ଗତ ୨ଟି ମେଲ ପରେ ପୁଣି ଆଜି ତୃତୀୟ ମେଲର ଧମକ ମିଳିଛି । ତେବେ ଥରକୁ ଥର ଟଙ୍କା ଦାବି ବଢିବାରେ ଲାଗିଛି । ପ୍ରଥମେ ୨୦ କୋଟି, ତା’ପରେ ୨୦୦ କୋଟି ଏବେ ୪୦୦ କୋଟି ଟଙ୍କା ଦାବି କରିଛି ଅଜଣା ବ୍ୟକ୍ତି । କ୍ରାଇମ ବ୍ରାଞ୍ଚ ଏବଂ ମହାରାଷ୍ଟ୍ର ସାଇବର କ୍ରାଇମ ସେଲ୍ସ ମିଶି ମାମଲାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ଧମକପୂର୍ଣ୍ଣ ଇ-ମେଲ ପରେ ଅମ୍ବାନୀଙ୍କ ସିକ୍ୟୁରିଟି ଇନଚାର୍ଜ ମୁମ୍ବାଇର ଗାମଦେବୀ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏଫଆଇଆର ଦାଏର କରିଛି । ଏହାର ଯାଞ୍ଚ ଚାଲିଛି । ଏ ନେଇ ମୁମ୍ବାଇର ଗାମଦେବୀ ଥାନାରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୩୮୭ ଓ ୫୦୬(୨)ରେ ମାମଲା ରୁଜୁ କରି ତନାଘନା ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.