ଦୋକାନରୁ ବିସ୍କୁଟ, କୁରକୁରେ ଖାଇଦେଲେ ବୋଲି ୪ ନାବାଳକଙ୍କୁ ପିଟିଲେ ଦୋକାନୀ, ଆଉ ଘଣ୍ଟା ଘଣ୍ଟା ପାଇଁ ଖୁଣ୍ଟ ବାନ୍ଧିଲେ

ବିସ୍କୁଟ, କୁରକୁରେ ଚୋରି ଅଭିଯୋଗରେ ୪ ନାବାଳକଙ୍କୁ ଅକଥନୀୟ ନିର୍ଯାତନା । ୪ ଜଣ ନାବାଳକଙ୍କୁ କେବଳ ମାରିବା ନୁହେଁ ବରଂ ଘଣ୍ଟା ଘଣ୍ଟା ଗଛରେ ବାନ୍ଧି ରଖିଲେ । ଏହି ଘଟଣା ସମସ୍ତେ ଦେଖୁଥିଲେ କିନ୍ତୁ କେହି କିଛି କହିଲେ ନାହିଁ । ଏପରି ଏକ ଲୋମଟାଙ୍କୁରା ଘଟଣା ବିହାରର ବେଗୁସରାୟ ଜିଲ୍ଲାରେ ଘଟିଛି ।

ଛୋଟ ପିଲା ବିସ୍କୁଟ, କୁରକୁରେ ଦେଖି ଲୋଭ କରିଦେଲେ । ତେଣୁ ଦୋକାନରୁ ଲୁଚାଇ ଖାଇଦେଲେ । ଆଉ ଏହି ଚୋରି ଅଭିଯୋଗରେ ୪ ନାବାଳକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଖବର ମିଳିଛି । ୪ ଜଣ ନାବାଳକଙ୍କୁ କେବଳ ମାରିବା ନୁହେଁ ବରଂ ଘଣ୍ଟା ଘଣ୍ଟା ଗଛରେ ବାନ୍ଧି ରଖିଲେ । ଏହି ଘଟଣା ସମସ୍ତେ ଦେଖୁଥିଲେ କିନ୍ତୁ କେହି କିଛି କହିଲେ ନାହିଁ । ଏପରି ଏକ ଲୋମଟାଙ୍କୁରା ଘଟଣା ବିହାରର ବେଗୁସରାୟ ଜିଲ୍ଲାରେ ଘଟିଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାର ଭିଡିଓ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି, ୪ ଜଣ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ରଖିଥିଲେ । ସ୍ଥାନୀୟ ଅଞ୍ଚଳର ୪ ଯୁବକ ଏକ ତେଜରାତି ଦୋକାନରୁ କିଛି ବିସ୍କୁଟ ଓ କୁରକୁରେ ଚୋରି କରିଥିଲେ । ଏହାପରେ କିଛି ଲୋକ ଚୋରି ସାମଗ୍ରୀ ସହ ସମ୍ପୃକ୍ତ ନାବାଳକଙ୍କୁ ଧରି ନିର୍ଧୂମ ପିଟିଥିଲେ । ଏତିକିରେ ମନ ଶାନ୍ତି ନ ହେବାରୁ ଏକ ରଶି ସାହାଯ୍ୟରେ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହାର ଭିଡିଓ ଭାଇରଲ ହେବା ପରେ ଏସପି ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି ।

ଏସପି ଯୋଗେନ୍ଦ୍ର କୁମାରଙ୍କ କହିବାନୁଯାୟୀ, ଯାଞ୍ଚରୁ ଜଣାପଡ଼ିଛି ସମ୍ପୃକ୍ତ ଦୋକାନରୁ କିଛି ଦିନ ହେବ ନିୟମିତ ଭାବେ କିଛି ପିଲା ଚୋରି କରୁଥିଲେ । ଗତ ଶନିବାର ସେମାନଙ୍କୁ ଚୋରି ସାମଗ୍ରୀ ସହ କାବୁ କରାଯାଇଥିଲା । ଏହାପରେ ସେମାନଙ୍କୁ ଖୁଣ୍ଟ ବାନ୍ଧି ନିସ୍ତୁକ ମାଡ ମରାଯାଇଥିଲା । ଏହା ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିବା ବେଳେ କେହି ଏହାର ପ୍ରତିବାଦ କରି ନ ଥିଲେ । ବରଂ ସମସ୍ତେ ଭିଡିଓ କରିବାରେ ବ୍ୟସ୍ତ ଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପୀଡ଼ିତଙ୍କ ପରିବାରକୁ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି । ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅକ୍ଟୋବର ୨୮ରେ ଫାଜିଲପୁର ଗ୍ରାମରେ ଏହି ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.