Below header

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ପରେ ଗଡ଼ିଲା ଟ୍ରେନ, ଆଲମଣ୍ଡା-କଣ୍ଟକପଲ୍ଲୀକୁ ରେଳ ଚଳାଚଳ ସ୍ବାଭାବିକ

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଗଡ଼ିଲା ଟ୍ରେନ୍ । ଅପ୍ ଲାଇନରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍ । ଆଲମଣ୍ଡା-କଣ୍ଟକପଲ୍ଲୀ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି । ସମସ୍ତ ୩ଟି ଲାଇନରେ ସ୍ବାଭାବିକ ହୋଇଛି ରେଳ ଚଳାଚଳ । ୨୭ ଘଣ୍ଟା ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ ।

(କେନ୍ୟୁଜ): ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଗଡ଼ିଲା ଟ୍ରେନ୍ । ଅପ୍ ଲାଇନରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍ । ଆଲମଣ୍ଡା-କଣ୍ଟକପଲ୍ଲୀ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି । ସମସ୍ତ ୩ଟି ଲାଇନରେ ସ୍ବାଭାବିକ ହୋଇଛି ରେଳ ଚଳାଚଳ । ୨୭ ଘଣ୍ଟା ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ ।

ଉଲ୍ଲେଖଯୋଗ୍ୟ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌। ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୫୦ ଜଣ ଯାତ୍ରୀ ଆହତ ହୋଇଛନ୍ତି, ସେଥିମଧ୍ୟରୁ ୨୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ଅବଶିଷ୍ଟ ଲୋକଙ୍କୁ ଡିସଚାର୍ଜ କରାଯାଇଛି। ୧୩ ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ ଅଛନ୍ତି । ମୃତକଙ୍କ ମଧ୍ୟରୁ ଏଯାଏ ୧୨ ଜଣଙ୍କର ପରିଚୟ ମିଳିଛି।ବିଶାଖାପାଟନମ୍-ରାୟାଗଡା ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମ୍-ପାଲାସା ପାସେଞ୍ଜର ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେବାବେଳେ ହାୱାର-ଚେନ୍ନାଇ ଲାଇନରେ ଏହି ଦୁର୍ଘଟଣା ଘଟିଛି। କଣ୍ଟାକାପଲେ ଏବଂ ଆଲାମଣ୍ଡା ରେଳ ଷ୍ଟେସନ ମଧ୍ୟରେ ଏହି ଧକ୍କା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.