ବିଶ୍ୱକପ ଫିଭର ବେଳେ ଚାଲିଗଲେ କ୍ରିକେଟର ସୁପରଫ୍ୟାନ୍‌ ଅଙ୍କଲ ପର୍ସି, ବିସିସିଆଇ ଟ୍ଵିଟ୍‌ କରି ଜଣାଇଲା ଶ୍ରଦ୍ଧାଞ୍ଜଳି

କ୍ରିକେଟର ଅନ୍ୟତମ ପ୍ରମୁଖ ସମର୍ଥକ 'ଅଙ୍କଲ୍ ପର୍ସି' (ପର୍ସି ଆବେସେକାରା) ଙ୍କ ୮୭ବର୍ଷ ବୟସରେ ଦେହାନ୍ତ ହୋଇଛି । ସୋମବାର ୩୦ ଅକ୍ଟୋବରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଙ୍କଲ ପର୍ସି ଶ୍ରୀଲଙ୍କା କ୍ରିକେଟର ସବୁଠାରୁ ବଡ ପ୍ରଶଂସକ ।

ବିଶ୍ୱକପ କ୍ରେଜ ଚାଲିଥିବା ବେଳେ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର । କ୍ରିକେଟର ପ୍ରଥମ ସୁପର ଫ୍ୟାନ୍‌ କୁହାଯାଉଥିବା ଅଙ୍କଲ ପର୍ସିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଏହି ବ୍ୟକ୍ତି ଜଣକ ଶ୍ରୀଲଙ୍କା ଟିମ୍‌କୁ ଏହି ବୟସରେ ସପୋର୍ଟ କରିବା ଛାଡିନାହାନ୍ତି । ଶ୍ରୀଲଙ୍କା କ୍ରିକେଟ ଏବଂ ବିସିସିଆଇ ଟ୍ଵିଟ୍‌ କରି ତାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଦେଇଛି । ଅଙ୍କଲ ପର୍ସି କିଛି ସମୟ ଧରି ଅସୁସ୍ଥ ଥିଲେ।

କ୍ରିକେଟର ଅନ୍ୟତମ ପ୍ରମୁଖ ସମର୍ଥକ ‘ଅଙ୍କଲ୍ ପର୍ସି’ (ପର୍ସି ଆବେସେକାରା) ଙ୍କ ୮୭ବର୍ଷ ବୟସରେ ଦେହାନ୍ତ ହୋଇଛି । ସୋମବାର ୩୦ ଅକ୍ଟୋବରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଙ୍କଲ ପର୍ସି ଶ୍ରୀଲଙ୍କା କ୍ରିକେଟର ସବୁଠାରୁ ବଡ ପ୍ରଶଂସକ । ଦଳର ପ୍ରତ୍ୟେକ ମ୍ୟାଚରେ ଖୁସି ହେବା ପାଇଁ ସେ ଷ୍ଟାଡିୟମରେ ପହଞ୍ଚିଯାଆନ୍ତି । ଶ୍ରୀଲଙ୍କା ପତାକା ସହିତ ତାଙ୍କର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ କେବଳ ଦେଶରେ ନୁହେଁ ବିଦେଶରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଦଳକୁ ସମର୍ଥନ କରିବାକୁ ଆସୁଥିଲେ ।

ବିସିସିଆଇ ଶ୍ରଦ୍ଧାଞ୍ଜଳି ଦେଇ ଟ୍ଵିଟ୍‌ କରିଛି କି, ‘ପର୍ସି ଆବେସେକେରା ମଇଦାନରେ ସବୁବେଳେ ଉତ୍ସାହିତ ରହୁଥିଲେ । ସେ ଭାରତୀୟ କ୍ରିକେଟରଙ୍କ ସହିତ ଏକ ଗଭୀର ସଂପର୍କ ରଖିଥିଲେ । ସେ ବହୁତ ମନେ ପଡିବେ । ଆମ ସମବେଦନା ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ସହିତ ।

ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଟ୍ୱିଟ୍ କରି କହିଛି, ଲୋକପ୍ରିୟ ଚିୟରଲିଡର ପର୍ସ ଆବେସେକେରା (୮୭) ଙ୍କ ପ୍ରେମପୂର୍ଣ୍ଣ ସ୍ମୃତିରେ। କ୍ରିକେଟ୍ ପଡ଼ିଆରେ ତାଙ୍କର ଉତ୍ସାହ ଏବଂ ଶକ୍ତି ବହୁତ ମନେ ପଡିବ ।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୨୦୨୩ ରେ ଶ୍ରୀଲଙ୍କା କ୍ରିକେଟ୍ ତାଙ୍କୁ ୫ ମିଲିୟନ୍ ଟଙ୍କା ଦେଇଥିଲା, ଯାହାଫଳରେ ସେ ସୁସ୍ଥ ହୋଇପାରିବେ ଏବଂ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ବହନ କରାଯାଇପାରିବ । ଏସିଆ କପ୍ ୨୦୨୩ ସମୟରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କୁ ଭେଟିଥିଲେ । ବର୍ତ୍ତମାନର ବିଶ୍ୱକପରେ ସେ ଅସୁସ୍ଥତା ହେତୁ ଶ୍ରୀଲଙ୍କା ଦଳକୁ ସମର୍ଥନ କରିବାକୁ ଭାରତ ଆସିପାରିନଥିଲେ । ୧୯୭୯ ପରଠାରୁ ସେ ଶ୍ରୀଲଙ୍କା ଦଳକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.