Below header

ଆର୍ଥିକ ଅଭାବରେ ଝଟପଟ ହୋଇ ଜୀବନ ହାରିଲେ ଅଭିନେତ୍ରୀ ରେଞ୍ଜୁଶା, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରିଥିଲେ ପୋଷ୍ଟ

ରେଞ୍ଜୁଶା ସ୍ୱାମୀଙ୍କ ସହିତ ତିରୁଅନନ୍ତପୁରମର ଶ୍ରୀକାର୍ଯମ ସ୍ଥିତ ଆପାର୍ଟମେଣ୍ଟରେ ରହୁଥିଲେ । ହେଲେ ଅଭିନେତ୍ରୀ ଜଣକ ଆର୍ଥିକ ଅଭାବରେ ଝଟପଟ ହେଉଥିଲେ । ତେବେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆନନ୍ଦ ରାଗମଙ୍କ ସହିତ ଏକ ଭିଡିଓ ପୋଷ୍ଟ ସେୟାର କରିଥିଲେ ।

ଲୋକପ୍ରିୟ ମଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନଙ୍କ ଗତକାଲି ନିଜ ଜୀବନ ହାରିଛନ୍ତି । ତିରୁଅନନ୍ତପୁରମରେ ଭଡା ଘରେ ତାଙ୍କ ମୃତଦେହ ମିଳିଥିଲା । ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ୩୫ ବର୍ଷ ହୋଇଥିଲା । ତେବେ ଅଭିନେତ୍ରୀ ଜଣକ ଆର୍ଥିକ ଅଭାବ ଯୋଗୁଁ ସୁଇସାଇଡ କରିଥିବା ସୂଚନା ମିଳିଛି ।ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି ।

ରିପୋର୍ଟ ମୁତାବକ, ରେଞ୍ଜୁଶା ସ୍ୱାମୀଙ୍କ ସହିତ ତିରୁଅନନ୍ତପୁରମର ଶ୍ରୀକାର୍ଯମ ସ୍ଥିତ ଆପାର୍ଟମେଣ୍ଟରେ ରହୁଥିଲେ । ହେଲେ ଅଭିନେତ୍ରୀ ଜଣକ ଆର୍ଥିକ ଅଭାବରେ ଝଟପଟ ହେଉଥିଲେ । ତେବେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆନନ୍ଦ ରାଗମଙ୍କ ସହିତ ଏକ ଭିଡିଓ ପୋଷ୍ଟ ସେୟାର କରିଥିଲେ । ଭିଡିଓରେ ବହୁତ ଖୁସି ଦେଖିବାକୁ ମିଳିଥିଲେ । ହେଲେ ଭିଡିଓ ପୋଷ୍ଟ କରିବାର କିଛି ଘଣ୍ଟା ପରେ ତାଙ୍କ ମୃତ୍ୟୁ ଖବର ଶୁଣି ଫ୍ୟାନ୍ସ ଚକିତ ହୋଇପଡିଛନ୍ତି ।

 

View this post on Instagram

 

A post shared by Sreedevi Anil (@anil_sreedevi)

ଖବର ମୁତାବକ, ଯେଉଁ ଘରୁ ଅଭିନେତ୍ରୀଙ୍କ ମୃତଦେହ ମିଳିଛି, ସେହି ଘରେ ନିଜ ପରିବାର ସହିତ ରହୁଥିଲେ । ଶ୍ରୀକାର୍ଯମ ପୋଲିସ ମୃତ୍ୟୁର ଯାଞ୍ଚ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରୁ ସୁଇସାଇଡ ବୋଲି ଅନୁମାନ କରାଯାଉଛି । ପରିବାର ଲୋକଙ୍କ କହିବାନୁଯାୟୀ, ଅଭିନେତ୍ରୀଙ୍କ ରୁମ ବହୁତ ବିଳମ୍ବ ଯାଏଁ ବନ୍ଦ ଥିଲା । କବାଟ ବାଡେଇବା ଦ୍ୱାରା କେହି କବାଟ ଖୋଲିନଥିଲେ । ଏହାପରେ ପରିବାର ଲୋକେ ସନ୍ଦେହ କରି କବାଟ ଜବରଦସ୍ତି ଖୋଲିବା ପରେ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ।

ଅଭିନେତ୍ରୀ ଜଣକ ଅନେକ ଟିଭି ଚ୍ୟାନେଲରେ ଧାରାବାହିକରେ ଅଭିନୟ କରିସାରିଛନ୍ତି । ଏହାଛଡା କେତେକ ମଲାୟାଲମ ଫିଲ୍ମରେ କାମ କରିଛନ୍ତି । ରେଞ୍ଜୁଶା କୋଚିର ମୂଳନିବାସୀ । ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ଆଙ୍କର ଭାବେ ଅଭିନୟ କରିଥିଲେ । ଏହା ପରେ ଟିଭି ଶୋ ସ୍ତ୍ରୀରେ କାମ କରିଥିଲେ । ଏପର୍ଯ୍ୟନ୍ତ ୨୦ରୁ ଅଧିକ ଟିଭି ଶୋରେ କାମ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.