ସରକାରୀ ଚାକିରି ପାଇବାର ବଢିଆ ସୁଯୋଗ, AIIMS ଗୋରଖପୁରରେ ଜଲଦି କରନ୍ତୁ ଆବେଦନ

ଏମ୍ସ ଗୋରଖପୁରରେ ୧୪୨ ପଦବୀ ଅଲଗା ଅଲଗା ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୨୧ ନଭେମ୍ବର ୨୦୨୩ ରହିଛି । ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ ।

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ, ଗୋରଖପୁରରେ ଖାଲିପଡିଛି ପଦବୀ । ଗୋରଖପୁର ୧୪୨ ପଦବୀ ଅଲଗା ଅଲଗା ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୨୧ ନଭେମ୍ବର ୨୦୨୩ ରହିଛି । ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏମିତି କରିବା ପାଇଁ ଆପଣଙ୍କୁ ଏମ୍ସ ଗୋରଖପୁରର ଅଫିସିଆଲ ୱେବସାଇଟ aiimsgorakhpur.edu.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୪୨

କ୍ଲିନିକଲ ଇନଷ୍ଟ୍ରକ୍ଟର, ଷ୍ଟାଫ ନର୍ସ, ମେଡିକାଲ ସୋସିଆଲ ଓ୍ଵାର୍କର, ଲାଇବ୍ରେରିଆନ, ଷ୍ଟୋର କିପର, ହଷ୍ଟେଲ ଓ୍ଵାଡେନ, ଷ୍ଟେନୋଗ୍ରାଫର, କ୍ୟାସିଅର, ପିଏ ଟୁ ପ୍ରିନ୍ସପାଲ ଭଳି ୧୬ଟି କ୍ୟାଟେଗୋରୀ ରହିଛି । ସବୁଠୁ ଅଧିକ ପଦବୀ ଷ୍ଟାଫ ନର୍ସରେ ଖାଲି ପଡିଛି ।

ଜରୁରୀ ତାରିଖ : ଆବେଦନ କରିବାର ଶେେ ତାରିଖ ୨୧ ନଭେମ୍ବର ୨୦୨୩ ରହିଛଇ ।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ପଦବୀ ଅନୁସାରେ ଭିନ୍ନ ଭିନ୍ନରହିଛି । ଅଧିକ ବିବରଣୀ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍‌ କରିପାରିବେ ।

ଆବେଦନ ଶୁଳ୍କ : ଏଥିରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପ୍ରାର୍ଥୀ ୧୭୭୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/EWS ପ୍ରାର୍ଥୀ ୧୪୧୬ ଟଙ୍କା ଦେବାକୁ ହେବ । PWD ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ୫୬,୧୦୦ ରୁ ଆରମ୍ଭ କରି ୧,୭୭, ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.