Below header

ଖାଇବା ପିଇବା ନ ମିଳିବାରୁ ମରିଗଲେ ୬ ଶିକାରୀ, ଆଣ୍ଡାମାନ ଜଙ୍ଗଲରୁ ମିଳିଲା ମୃତଦେହ

୬ ଜଣ ସନ୍ଦିଗ୍ଧ ମିଆଁମାର ଶିକାରୀଙ୍କ ମୃତଦେହ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ସମୂହର ନାରକୋଣ୍ଡମ ଦ୍ୱୀପରେ ମିଳିଛି । ଏକ ଛୋଟ ଜ୍ୱାଳାମୁଖୀ ଦ୍ୱୀପରେ ଶିକାରୀଙ୍କ ମୃତ୍ୟୁ ଉପାସ ଏବଂ ଡିହାଇଡ୍ରେସନ କାରଣ ଯୋଗୁଁ ହୋଇଛି । ଏମାନଙ୍କ ପାଖରେ ଥିବା ଖାଦ୍ୟସାମଗ୍ରୀ ସରିଯିବା ପରେ ଏମାନେ ମୃତ୍ୟୁବରଣ କରିଛନ୍ତି ।

ଆଣ୍ଡାମାନ ନିକୋବରର ନରାକୋଣ୍ଡମ ଦ୍ୱୀପରେ ମିଆଁମାରର ବାସିନ୍ଦା ୬ ଲୋକଙ୍କ ମୃତଦେହ ମିଳିଛି । ଖାଇବା ପିଇବା କିଛି ନ ମିଳିବାରୁ ଏମାନଙ୍କର ମୃତ୍ୟୁ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏମାନଙ୍କ ପାଖରେ ଖାଇବା ପିଇବା ସାମଗ୍ରୀ ସରିଯିବା ପରେ ଏମାନଙ୍କର ମୃତ୍ୟୁ ହୋଇଛି ।

ଏହି ବିଷୟରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି, ୬ ଜଣ ସନ୍ଦିଗ୍ଧ ମିଆଁମାର ଶିକାରୀଙ୍କ ମୃତଦେହ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ସମୂହର ନାରକୋଣ୍ଡମ ଦ୍ୱୀପରେ ମିଳିଛି । ଏକ ଛୋଟ ଜ୍ୱାଳାମୁଖୀ ଦ୍ୱୀପରେ ଶିକାରୀଙ୍କ ମୃତ୍ୟୁ ଉପାସ ଏବଂ ଡିହାଇଡ୍ରେସନ କାରଣ ଯୋଗୁଁ ହୋଇଛି । ଏମାନଙ୍କ ପାଖରେ ଥିବା ଖାଦ୍ୟସାମଗ୍ରୀ ସରିଯିବା ପରେ ଏମାନେ ମୃତ୍ୟୁବରଣ କରିଛନ୍ତି । ଏମାନେ ଦ୍ୱୀପକୁ ଯିବା ପାଇଁ ଏକ ଛୋଟ ଡଙ୍ଗା ବ୍ୟବହାର କରିଥିଲେ । ଯାହା ଖରାପ ହୋଇଯିବା ଯୋଗୁଁ ଏମାନେ ଆଉ ଫେରିପାରିନଥିଲେ ।

ଏମାନଙ୍କ ମୃତଦେହ ଦ୍ୱୀପର ଜଙ୍ଗଲର କିଛି ମିଟରରେ ପଡିଥିଲା । ଆଣ୍ଡାମାନରେ ଥିବା ନାରକୋଣ୍ଡମ ଦ୍ୱୀପ ମିଆଁମାରର କୋକୋ ଦ୍ୱୀପ ଠାରୁ ମାତ୍ର ୧୨୬ କିମି ଦୂର । ଏହା ଜ୍ୱାଳାମୁଖୀରେ ହୋଇଛି । ପ୍ରାୟ ୭.୬ ବର୍ଗ କିଲୋମିଟରରେ ବ୍ୟାପ୍ତ ଜଙ୍ଗଲରେ ମିଆଁମାର ଶିକାରୀ ଶିକାର କରନ୍ତି ।

ସୂଚନାଯୋଗ୍ୟ, ୧୪ ଫେବୃଆରୀରେ ପୋଲିସର ସର୍ଚ୍ଚ ଅପରେସନ ସମୟରେ ୨ ଜଣ ମିଆଁମାର ଶିକାରୀ ଧରାପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.