ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି, ଆଜିଠାରୁ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ଆସିଷ୍ଟାଣ୍ଟ କମାଣ୍ଡ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଉଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ରୁ ୨୫ ବର୍ଷ ହୋଇଥିବା ଜରୁରୀ ।

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ଆସିଷ୍ଟାଣ୍ଟ କମାଣ୍ଡ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଉଛି । ଆବେଦନ କରିବାର ଶେଷ ତାରିଖ ୬ ମାର୍ଚ୍ଚ ୨୦୨୪ ରହିଛି । ଶେଷ ତାରିଖ ପୂର୍ବରୁ ଆବେଦନ କରିଦିଅନ୍ତି ।

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଆବେଦନ କେବଳ ଅନଲାଇନ ହେବ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ joinindiaincoastguatd.cdac.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୭୦

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଶେଷ ୬ ମାର୍ଚ୍ଚ ୨୦୨୪ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଅତିକମରେ ୬୦ ପ୍ରତିଶତ ମାର୍କ ସହିତ ଡିଗ୍ରୀ ରହିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ରୁ ୨୫ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ । ଅନଲାଇନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅଲ ଇଣ୍ଡିଆ ସ୍କ୍ରିନିଂ ଟେଷ୍ଟ ମାଧ୍ୟମରେ ହେବ । ପରୀକ୍ଷା ଅନେକ ପର୍ଯ୍ୟାୟରେ ଆୟୋଜତ ହେବ । କମ୍ପ୍ୟୁଟର ପରୀକ୍ଷା ଦେବା ପରେ ପରୀକ୍ଷାରେ ପାସ୍‌ କରିବା ପରେ ଚୟନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.