ପଲସରରେ ଆସି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୫ ଲକ୍ଷ ଟଙ୍କାର ସୁନା ଗହଣା

ପୁଣିଥରେ ବନ୍ଧୁକ ମୁନରେ ଗହଣା ଦୋକାନୀ ଠାରୁ ଲୁଟ । ଟଙ୍କା ଓ ଗହଣା ମିଶାଇ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି । ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ହୋଇଛି ଏହି ଲୁଟ ।

ଆଜିକାଲି ଲୁଟ ଖବର ଦିନକୁ ଦିନ ବଢ଼ିବାରେ ଲାଗିଛି । ବନ୍ଧୁକ ଦେଖାଇ ଲୁଟ୍ । ପଲସରରେ ଆସି ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ । ବ୍ୟବସାୟୀ ଜଣକ ହେଲେ ଜଳେଶ୍ୱର ଥାନା ପାଟଣା ନୂଆ ଗାଁର ଚନ୍ଦନ ରଣା । ବଳରାମପୁର ଛକ ସ୍ଥିତ ନିଜ ଅଳଙ୍କାର ଦୋକାନ ବନ୍ଦ କରି କିଛି ଗହଣା ବ୍ୟାଗ୍ ରେ ନେଇ ବାଇକ ଯୋଗେ ଘରକୁ ଫେରୁଥିଲେ । ନୂଆ ଗାଁଠାରେ ୩ ଜଣ ଯୁବକ ଏକ ପଲସରରେ ପଛପଟୁ ଆସି ତାଙ୍କୁ ଅଟକାଇଥିଲେ ।

ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇବା ସହ ବାଇକ ଡିକି ଭାଙ୍ଗି ୫ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ଜଳେଶ୍ୱର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ପୁଣିଥରେ ବନ୍ଧୁକ ମୁନରେ ଗହଣା ଦୋକାନୀ ଠାରୁ ଲୁଟ । ଟଙ୍କା ଓ ଗହଣା ମିଶାଇ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି । ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ହୋଇଛି ଏହି ଲୁଟ । ଏକ ପଲସର ବାଇକରେ ୩ ଜଣ ଆସି ବନ୍ଧୁକ ଦେଖାଇ ବାଇକ ଡିକି ଭାଙ୍ଗି ଓ ବ୍ୟବସାୟୀଙ୍କ ଠାରୁ ବ୍ୟାଗ ଛଡାଇ ନେଇଥିବାର ହୋଇଛି ଅଭିଯୋଗ ।

ଖବର ପାଇ ଜଳେଶ୍ୱର ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ପାଟଣା ନୂଆ ଗାଁର ଚନ୍ଦନ ରଣା ପ୍ରତିଦିନ ଭଳି ଗତକାଲି ମଧ୍ୟ ରାତି ୧୦ଟା ସମୟରେ ବଳରାମପୁର ଛକ ଠାରେ ଥିବା ନିଜର ଗହଣା ଦୋକାନ ବନ୍ଦ କରି ଏକ ବ୍ୟାଗରେ ସୁନାରୂପ ଗହଣା ବାଇକ ଡିକିରେ ପୁରାଇ ଘରକୁ ଫେରୁଥିଲେ ।

ବାଇକରେ ଘରକୁ ଯାଉଥିବା ସମୟରେ ନୁଆଁ ଗାଁ ଠାରେ ପଛ ପଟୁ ଏକ ପଲସର ବାଇକରେ ୩ ଜଣ ଯୁବକ ଆସି ଚନ୍ଦନ ରଣାଙ୍କ ଗାଡି ଅଟକାଇ ଥିଲେ । ସେମାନେ ଚନ୍ଦନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡିର ଡିକି ଭାଙ୍ଗି ସୁନା ରୂପ ଗହଣା ସବୁ ଲୁଟି ନେଇଥିଲେ, ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାର ଦେଖିବାକୁ ମିଳିଛି । ୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଏହି ଦୁର୍ବୃତ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.