ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ, ୧୫ ଦିନ ଭିତରେ ମାରିଦେବାକୁ ଲାଗିଛି ବ୍ୟାନର

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ। ୧୫ ଦିନ ଭିତରେ ହତ୍ୟା କରିଦେବି ବ୍ୟାନରରେ ଉଲ୍ଲେଖ ରହିଛି । ଆଜି ସକାଳୁ ସକାଳୁ କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ବାହାର ଥିବା ଏକ ଦୋକାନ ବାହାରେ ପୋଷ୍ଟର ଲାଗିଛି।

କଣ୍ଟାବାଞ୍ଜି (କେନ୍ୟୁଜ): କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ। ୧୫ ଦିନ ଭିତରେ ହତ୍ୟା କରିଦେବି ବ୍ୟାନରରେ ଉଲ୍ଲେଖ ରହିଛି । ଆଜି ସକାଳୁ ସକାଳୁ କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ବାହାର ଥିବା ଏକ ଦୋକାନ ବାହାରେ ପୋଷ୍ଟର ଲାଗିଛି। ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ଥିବା ଜଣାପଡିଛି । ତେବେ ଅନ୍ୟ ଏକ ବ୍ୟାନର ରିଳାୟନ୍ସ ପେଟ୍ରୋଲ ପମ୍ପ ପାଖ ଏକ ବିଦ୍ୟୁତ ଖୁଣ୍ଟରେ ଲାଗିଛି। ଦୁଇଟି ସ୍ଥାନରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି ।

ବ୍ୟାନର ଦେଖି ଲୋକେ ଭୟଭୀତ ଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଖବର ପାଇ ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ ମରାଣାନ୍ତକ ଆକ୍ରମଣ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ସ୍ଥାନୀୟ ଅଂଚଳରେ କଂଗ୍ରେସ ଆସୁଛି ବୋଲି ଏକ ପୋଷ୍ଟର ଲାଗିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.