Below header

ପିଶାଚ ପାଲଟିଲା ବାପା: ନିଜ ଝିଅକୁ କଲା ଦୁଷ୍କର୍ମ, ଲଜ୍ଜା ସହି ନପାରି ଜୀବନ ହାରିଲା ନାବାଳିକା

ବାପା ସାଜିଲା ସଇତାନ । ବାପାର ଦୁଷ୍କର୍ମରେ ଅତିଷ୍ଠ ହୋଇ ନାବାଳିକା ଝିଅ ନିଜ ଜୀବନ ହାରିଥିବା ଅଭିଯୋଗ । କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ମାଟିଆପଡା ଗାଁରେ ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି ।

ଗୋପ (କେନ୍ୟୁଜ): ବାପା ସାଜିଲା ସଇତାନ । ବାପାର ଦୁଷ୍କର୍ମରେ ଅତିଷ୍ଠ ହୋଇ ନାବାଳିକା ଝିଅ ନିଜ ଜୀବନ ହାରିଥିବା ଅଭିଯୋଗ । କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ମାଟିଆପଡା ଗାଁରେ ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି ।

ସୂଚନା ଅନୁଯାୟୀ, କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ମାଟିଆପଡା ଗାଁର ମଳୟ ରଞ୍ଜନ ମହାନ୍ତି ନିଜର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ପରେ ଲଜ୍ଜା ସହି ନପାରି ଜୀବନ ହାରିଛି । ଏପରି ସଂଘାତିକ ଅଭିଯୋଗ ଆଣିଛନ୍ତି ଝିଅର ମା ବନିତା ମହାନ୍ତି । କିଛି ଦିନ ହେବ ମଳୟ ରଞ୍ଜନ ବଡ ଝିଅକୁ ଦୁଷ୍କର୍ମ କରୁଥିଲା । ନାବାଳିକା ଝିଅ ଏ ସବୁ ବାବଦରେ ମାକୁ ଅଭିଯୋଗ କରିଥିଲେ ମଧ୍ୟ ଘଟଣାକୁ ଲୁଚାଇ ରଖିବା ସହିତ ତାଙ୍କ ସ୍ବାମୀ ମଳୟଙ୍କୁ ତାଗିଦ୍ କରିଥିଲେ।

ହେଲେ ଗତକାଲି ସକାଳୁ ଝିଅକୁ ଜୋର ଜବରଦସ୍ତ କରିଥିଲା ବାପା । ଏସବୁ ସହି ନପାରି ନିଜ ଶୋଇବା ଘରେ ଜୀବନ ହାରିଥିଲା ଝିଅ । ପରେ ଝିଅକୁ ଧରି ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନାକୁ ଆଣିଥିଲା ମା । ମାତ୍ର ଡାକ୍ତର ନାବାଳିକାକୁ ମୃତ୍ୟୁ ଘୋଷଣା କରିବା ସହ ଗୋପ ଥାନାକୁ ଏ ସଂପର୍କରେ ଅବଗତ କରାଇଥିଲେ । ସେପଟେ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ ହେବାପରେ କୋଣାର୍କ ପୋଲିସ ଶବକୁ ଜବତ କରି ମଳୟକୁ ଖୋଜୁଥିବା ବେଳେ ପିଶାଚ ବାପା ଫେରାର ଥିବା ସୂଚନା ଦେଇଛି କୋଣାର୍କ ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.