Below header

ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ, ୧୩ ଗୋରୁ ମୃତ

ଭାରସାମ୍ୟ ହରାଇ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୩ ଟି ଗୋରୁ ମୃତ । ରାସ୍ତା କଡ଼ ଏକ ଖାଲି ପଡ଼ିଆରେ ବିଛିଡ଼ି ହୋଇ ପଡିଛି ୧୩ ଟି ଗୋରୁଙ୍କ ମୃତଦେହ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଯୋଗୀ ବନ୍ଧ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ଦଶପଲ୍ଲା (କେନ୍ୟୁଜ): ଭାରସାମ୍ୟ ହରାଇ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୩ ଟି ଗୋରୁ ମୃତ । ରାସ୍ତା କଡ଼ ଏକ ଖାଲି ପଡ଼ିଆରେ ବିଛିଡ଼ି ହୋଇ ପଡିଛି ୧୩ ଟି ଗୋରୁଙ୍କ ମୃତଦେହ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଯୋଗୀ ବନ୍ଧ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ଏକ ବେଆଇନ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୧୩ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଟି ଗୋରୁ ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ । ଗରୁତର ଗୋରୁଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.