Below header

ବନ୍ଧୁକ ମୁନରେ ଲୁଟ୍, ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ୩ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ଲୁଟ୍ । ପଲସରରେ ଆସି ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ । ବ୍ୟବସାୟୀ ଜଣକ ହେଲେ ଜଳେଶ୍ବର ଥାନା ପାଟଣା ନୂଆ ଗାଁର ଚନ୍ଦନ ରଣା ।

ଜଳେଶ୍ବର (କେନ୍ୟୁଜ): ବନ୍ଧୁକ ଦେଖାଇ ଲୁଟ୍ । ପଲସରରେ ଆସି ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ । ବ୍ୟବସାୟୀ ଜଣକ ହେଲେ ଜଳେଶ୍ବର ଥାନା ପାଟଣା ନୂଆ ଗାଁର ଚନ୍ଦନ ରଣା । ବଳରାମପୁର ଛକ ସ୍ଥିତ ନିଜ ଅଳଙ୍କାର ଦୋକାନ ବନ୍ଦ କରି କିଛି ଗହଣା ବ୍ୟାଗ୍ ରେ ନେଇ ବାଇକ ଯୋଗେ ଘରକୁ ଫେରୁଥିଲେ ।

ନୂଆ ଗାଁଠାରେ ୩ଜଣ ଯୁବକ ଏକ ପଲସରରେ ପଛପଟୁ ଆସି ତାଙ୍କୁ ଅଟକାଇଥିଲେ । ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇବା ସହ ବାଇକ ଡିକି ଭାଙ୍ଗି ୫ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ଜଳେଶ୍ବର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.