Below header

ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲାର ଶୁଣାଣି, ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ

ଦିଲ୍ଲୀ(କେନ୍ୟୁଜ୍): ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲାର ଶୁଣାଣି । ଜନଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଏହି ମାମଲାରେ ଶନିବାର ସୁଦ୍ଧା ଟର୍ମ ଆଣ୍ଡ କଣ୍ଡିସନ୍‌ ଦାଖଲ କର ।

ssssss ସତ୍ୟପାଠ ଦାଖଲ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଡିସେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର‌୍ୟ୍ୟ କରାଯାଇଛି । ସୁପ୍ରିମ୍‌କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରୁଥିଲେ । ଆନ୍ଧ୍ରପ୍ରଦେଶରେ ପ୍ରସ୍ତାବିତ ପୋଲାଭରମ୍‌ ପ୍ରକଳ୍ପ କାମ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.