Below header

ଆଜି ଆଫଗାନିସ୍ତାନରେ ଗଠିତ ହେବ ତାଲିବାନ୍‌ ସରକାର, ହବିତୁଲ୍ଲା ଅଖୁନ୍ଦଜାଦା ହେବେ ସର୍ବୋଚ୍ଚ ନେତା

ଆଜି ଆଫଗାନରେ ତାଲିବାନ୍‌ ସରକାର। ଚୁଡ଼ାନ୍ତ ହୋଇସାରିଛି ତାଲିବାନ ସରକାରର ରୂପରେଖ । ସର୍ବୋଚ୍ଚ ନେତା ହେବେ ତାଲିବାନ ସୁପ୍ରିମ କମାଣ୍ଡର ହବିତୁଲ୍ଲା ଅଖୁନ୍ଦଜାଦା। ତାଙ୍କ ତଳକୁ ଜଣେ ରାଷ୍ଟ୍ରପତି ରହିପାରନ୍ତି । ତାଲିବାନର ସହ ପ୍ରତିଷ୍ଠାତା ଘନି ବରାଦରଙ୍କୁ ମିଳିପାରେ ଏହି ପଦବୀ। ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ଆଜି ପ୍ରାର୍ଥନା ପରେ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି । ନୂଆ ସରକାରରେ ମହିଳାଙ୍କ ଭୂମିକା ରହିବ ବୋଲି କୁହାଯାଇଥିଲା । ହେଲେ ମହିଳାଙ୍କୁ ଉଚ୍ଚ ପଦବି ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନି ।

ସରକାରରେ ସବୁ ବର୍ଗର ପ୍ରତିନିଧି ରହିବେ ବୋଲି ପୂର୍ବରୁ ତାଲିବାନ ପକ୍ଷରୁ କୁହାଯାଇଥିଲା। ନୂଆ ସରକାରରେ ପୂର୍ବତନ ଆଫଗାନ ନେତା ହମିଦ କାରଜାଇ ଓ ଅବଦୁଲ୍ଲା ଅବଦୁଲ୍ଲାଙ୍କ ଭୂମିକା କଣ ରହିବ ତା ଉପରେ ରହିଛି ନଜର । ନୂଆ ସରକାର ଘୋଷଣା ସହ ଶାରିୟା ଆଇନ୍‌ ଅନୁଯାୟୀ ଚାଲିବ ଆଫଗାନୀସ୍ଥାନର ସମସ୍ତ ଆଇନ କାନୁନ । ନୂଆ ଇସଲାମ ବ୍ୟବସ୍ଥା ଗ୍ରହଣ କରିବାକୁ ଆଫଗାନ ନାଗରିକଙ୍କୁ କହି ସାରିଲାଣି ତାଲିବାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.