ଯାଜପୁର ଟାଉନ(କେ ନ୍ୟୁଜ): ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରୁ ଦୁଇ ମୃତଦେହ ଉଦ୍ଧାର ଘଟଣା। ଉଭୟଙ୍କ ପରିଚୟ ମିଳିବା ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ଉଠାଇଲେ ପ୍ରଶ୍ନ। ଆଜି ସକାଳୁ ମିର୍ଜାପୁର ନିକଟରୁ ଏକ ନିର୍ମାଣଧୀନ ପୋଲ ଉପରୁ ଜହ୍ନା ଗାଁର ବିଜୟ ସାହୁ, ମାନସ ରଞ୍ଜନ ଦାଶଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।
ପୋଲିସ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ମାନସଙ୍କ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡ ପଛରେ ପ୍ରେମ ଏବଂ ଜୁଆ ଖେଳ ପ୍ରମୁଖ କାରଣ ବୋଲି କୁହାଯାଉଛି । ପୋଲିସ ପ୍ରାଥମିକ ତଦନ୍ତ ନ କରି ପରିବାର ଲୋକଙ୍କୁ ନ ଜଣାଇ କିପରି ଘଟଣାସ୍ଥଳରୁ ଶବ ଉଦ୍ଧାର କଲା ତାକୁ ନେଇ ପ୍ରଶ୍ନ କରିଛନ୍ତି । ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର କାହିଁକି ସହାୟତା ନେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ।