Below header

ମହଙ୍ଗା ପଡିଲା ଯୌତୁକ ଦେବା: ଦଣ୍ଡ ନିର୍ଦ୍ଦେଶ ଦେଲେ କୋର୍ଟ

ମହଙ୍ଗା ପଡିଲା ଯୌତୁକ ଦେବା। କଥାଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଯୌତୁକ ନେବା ପାଇଁ କାହାକୁ ଦଣ୍ଡ ମିଳିଥାଏ କିନ୍ତୁ ଯୌତୁକ ଦେବା ପାଇଁ ଜଣେ କନ୍ୟା ପିତାଙ୍କୁ କୋର୍ଟ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୌତୁକ ନେବା ଯେତିକି ଅପରାଧ, ଦେବା ମଧ୍ୟ ସେତିକି ଅପରାଧ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ରାଜସ୍ଥାନରେ ଜଣେ କନ୍ୟାର ପିତାଙ୍କୁ ଝିଅର ଶାଶୁ ଘରକୁ ଯୌତୁକ ଦେବା ନେଇ ମାମଲା ରୁଜୁ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି । ଯୋଧପୁରର ମେଟ୍ରୋ ପଲିଟାନ ମାଜିଷ୍ଟ୍ରେଟ ସେବା ନିବୃତ କର୍ମଚାରୀ ରାମଲାଲଙ୍କ ଉପରେ ଏହି ମାମଲା ରୁଜୁ ହୋଇଛି । ରାମଲାଲ ଦଲିଲରେ କହିଛନ୍ତି, ତାଙ୍କ ଝିଅ ମନିଷାଙ୍କ ବିବାହ ୨୦୧୭ରେ ହୋଇଥିଲା ।

marriageରାମଲାଲ ତାଙ୍କ ଝିଅର ଶାଶୁଘର ଲୋକଙ୍କୁ ପର୍ଯ୍ୟାପ୍ତ ଯୌତୁକ ଦେବା ସହ ଏକ ଲକ୍ଷ ଟଙ୍କା ନଗଦ ଲଫାପାରେ ଦେଇଥିଲେ । କିନ୍ତୁ ସୂଚନା ଅନୁଯାୟୀ ଏପରି କିଛି ଯୌତୁକ ଦେଇନଥିବା କଥା ମନିଷାଙ୍କ ଶଶୁର କହିଛନ୍ତି। ପ୍ରଥମ ଥର ପାଇଁ ହିନ୍ଦୁ ବିବାହ ଅଧିନିୟମ ଧାରା-୩ ର ବ୍ୟବହାର କରାଯାଇଛି ଏବଂ ଯୌତୁକ ଦେଇଥିବା ଲୋକ ଉପରେ ମାମଲା ଦାୟର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ, ୨୦୧୭ ରେ ସଫ୍ଟଓୟାର ଇଞ୍ଜନିୟର କୈଳାସଙ୍କ ସହ ମନିଷାଙ୍କ ବିବାହ ହୋଇଥିଲା । କିନ୍ତୁ ଅନ୍ୟପଟେ ମନିଷାଙ୍କ ପିତା ତାଙ୍କ ଶଶୁର ଘର ଲୋକଙ୍କ ଉପରେ ଯୌତୁକ ଅଭିଯୋଗ ଆଣିବା ସହ ଅତ୍ୟାଚାର ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.