ସ୍ବାମୀ ସାଜିଲା ସୈତାନ, ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଭାଇରାଲ୍‌

ନୟାଗଡ଼ : ସ୍ୱାମୀ-ସ୍ତ୍ରୀ କଳିର କରୁଣ ପରିଣତି । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କଲା ସ୍ୱାମୀ । ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତିନି ବର୍ଷର ବୈବାହିକ ଜୀବନରେ ଅନେକ ଥର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଛି । ଯୌତୁକ ବାବଦରେ ବିଭନ୍ନ ଜିନିଷ ପତ୍ର ଆଣିବାକୁ ଦାବି କରୁଥିଲେ ସ୍ୱାମୀ । ଏନେଇ ଦୁଇ ଜଣ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ହେଲେ ହଠାତ ସ୍ୱାମୀ ସମସ୍ତ ହିତାୟତ ଜ୍ଞାନକୁ ଭୁଲି ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ୍‌ କରିଦେଇଛନ୍ତି । ଏନେଇ ନୂଆଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.