Below header

ଆଜି ଆସିପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୧୦ଟି ରାଜ୍ୟ ପାଇଁ ହୋଇପାରେ ନାଁ ଘୋଷଣା

କଂଗ୍ରେସର ପ୍ରାର୍ଥୀ ଚୟନ କସରତ । ଆଜି ଆସିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୧୦ଟି ରାଜ୍ୟ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିପାରେ । ଆସନ୍ତା ୧୧ ତାରିଖରେ ପୁଣି ଥରେ CEC ବୈଠକ ବସିବା ସମ୍ଭାବନା ରହିଛି।

ନୂଆଦିଲ୍ଲୀ : କଂଗ୍ରେସର ପ୍ରାର୍ଥୀ ଚୟନ କସରତ । ଆଜି ଆସିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଗତକାଲି ଦିଲ୍ଲୀରେ ବସିଥିଲା ଦଳର ପ୍ରଥମ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସମ୍ପର୍କରେ ବୈଠକରେ ମାନସମନ୍ଥନ କରାଯାଇଥିଲା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ମହାସଚିବ କେ.ସି ବେଣୁଗୋପାଳ ଓ ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୧୦ଟି ରାଜ୍ୟ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିପାରେ । ଆସନ୍ତା ୧୧ ତାରିଖରେ ପୁଣି ଥରେ CEC ବୈଠକ ବସିବା ସମ୍ଭାବନା ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.