ଓଲଟିଲା ବରଯାତ୍ରୀ ଗାଡ଼ି, ଦୁର୍ଘଟଣାରେ ୩ ମୃତ ଓ ୧୫ ଆହତ

ରାସ୍ତାକଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ୩ ମୃତ ଓ ୧୫ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ରାଉରକେଲା ଲାଠିକଟା ଥାନା ମୁଣ୍ଡା ଜୋରଠାରେ । ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ରାଉରକେଲା (କେନ୍ୟୁଜ): ରାସ୍ତାକଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି ।  ଦୁର୍ଘଟଣାରେ ୩ ମୃତ ଓ ୧୫ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ରାଉରକେଲା ଲାଠିକଟା ଥାନା ମୁଣ୍ଡା ଜୋରଠାରେ । ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁଯାୟୀ, ଝାରଖଣ୍ଡରୁ ବରଯାତ୍ରୀ ଦଳ ଲାଠିକଟା ଥାନାର ଅଟାଘାଟ ଅଞ୍ଚଳକୁ ଆସୁଥିଲେ । ଭାରସାମ୍ୟ ହରାଇ ଗାଡ଼ିଟି ମୁଣ୍ଡାଜୋର ନିକଟରେ ଓଲଟି ପଡ଼ିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କିଛି ଗୁରୁତର ବରଯାତ୍ରୀଙ୍କୁ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.