Below header

ହିମାଳୟରେ ଫୁଟିଛି ଚଳିତ ବର୍ଷର ପ୍ରଥମ “ବ୍ରହ୍ମ କମଳ”, ଦେଖିବାକୁ ଜମୁଛି ଲୋକଙ୍କ ଭିଡ

ହିମାଳୟରେ ଫୁଟିଛି ପୌରାଣିକ ପୁଷ୍ପ ବ୍ରହ୍ମ କମଳ । ଉତ୍ତରାଖଣ୍ଡ ଚମୋଲି ଉପତ୍ୟାକାରେ ଚଳିତ ବର୍ଷ ଫୁଟିଛି ଏହି ଫୁଲ । ବିଶ୍ୱାସ କରାଯାଏ ବର୍ଷକୁ ଥର ଟିଏ ହିଁ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଏହି ଦୁର୍ଲଭ ଫୁଲ ଫୁଟିଥାଏ । ଶୀତ ଆଗମରେ ଏହି ଅଂଚଳରେ ଆରମ୍ଭ ହୋଇଯାଇଛି ତୁଷାରବର୍ଷା । ଆଉ ଶୁଭ୍ର ରଂଗର ବରଫ ଆସ୍ତରଣ ଭିତରେ ପବନରେ ଖେଳୁଛି ଏହି ଦୁର୍ଲଭ ବ୍ରହ୍ମକମଳ । ଉତ୍ତରାଖଣ୍ଡ ଚାମୋଲି ଉପତ୍ୟାକାରେ ହିଁ ପାଖୁଡ଼ା ମେଲିଛି “ବ୍ରହ୍ମ କମଳ” । କହିରଖିବା ଉଚିତ ହେବଯେ, ଏହାର ବିଶେଷ ଗୁଣ ଥିବା କାରଣରୁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାମ ଅନୁସାରେ ଏହି ଫୁଲର ବ୍ରହ୍ମକମଳ ରଖାଯାଇଥିଲା । ବର୍ଷରେ ଥରଟିଏ ଫୁଟିଥାଏ ଏହି ପୌରାଣିକ ଫୁଲ ।

E-Herbaria Display | Himalayanvoices

ବ୍ରହ୍ମ କମଳ ଏକମାତ୍ର ଫୁଲ, ଯିଏ ସୂର୍ଯ୍ୟାସ୍ତ ପରେ ପ୍ରସ୍ଫୁଟିତ ହୋଇଥାଏ । ଆଠ ଇଞ୍ଚ ବ୍ୟାସାର୍ଦ୍ଧ ଆକୃତିର ବ୍ରହ୍ମକମଳ ଫୁଟିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ନେଇଥାଏ । ମାତ୍ର କେତେ ଘଣ୍ଟା ପାଇଁ ପାଖୁଡ଼ା ମେଲିବା ପରେ ମଉଳି ଯାଇଥାଏ ଏହି ଫୁଲ । ବ୍ରହ୍ମକମଳକୁ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଭାବେ ବିବେଚନା କରାଯାଇଥାଏ । କେଦାରନାଥ, ବଦ୍ରିନାଥ ଓ ତଙ୍ଗୋନାଥରେ ଭଗବାନଙ୍କୁ ବ୍ରହ୍ମକମଳ ଅର୍ପଣ କରିଥାନ୍ତି ଭକ୍ତ । ବିଶ୍ୱାସ କରାଯାଏ ଏହି ଫୁଲ ଭଗବାନଙ୍କୁ ଅର୍ପଣ କଲେ ସମସ୍ତ ମନୋସ୍କାମନା ପୁରାଣ ହୁଏ । ହିମାଳୟରେ ପ୍ରସ୍ଫୁଟିତ ହେଉଥିବା କିଛି ଦୁର୍ଲଭ ପ୍ରଜାତିର ଫୁଲଙ୍କ ଭିତରେ ବ୍ରହ୍ମକମଳକୁ ରାଜା ବୋଲି କୁହାଯାଇଥାଏ । ଉତ୍ତରାଖଣ୍ଡର ଜାତୀୟ ଫୁଲର ମାନ୍ୟତା ପାଇଛି “ବ୍ରହ୍ମ କମଳ” ।

ଏହା କେବଳ ପୌରାଣିକ ପବିତ୍ର ଫୁଲ ନୁହେଁ, ଏହାର ପ୍ରଚୁର ଔଷଧୀୟ ଗୁଣ ମଧ୍ୟ ରହିଛି । ଅନେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ଏହି ଫୁଲ ବ୍ୟବହାର ହୋଇଥାଏ । ତେବେ ବିଶ୍ୱ ତାପାୟନ ବୃଦ୍ଧି ପାଇବା ସହ ହିମାଳୟ ଉପତ୍ୟାକାରେ ଏହି ଫୁଲର ପରିମାଣ କମିଗଲାଣି । ବର୍ଷରେ ମାତ୍ର ଥରଟିଏ ଫୁଟୁଥିବା ବ୍ରହ୍ମକମଳର ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଉତ୍ତରାଖଣ୍ଡ ସରକାର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.