Below header

ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସ ସହ ଯୁକ୍ତିତର୍କ ଦୁଇ ଯୁବକଙ୍କୁ ପଡିଗଲା ମହଙ୍ଗା, ଗିରଫ ହୋଇ କୋର୍ଟ ଚାଲାଣ

ଜଳେଶ୍ବର: ହେଲମେଟ ଏବଂ ମାସ୍କ ଚେକିଂ ବେଳେ ପୋଲିସ ସହ ଯୁକ୍ତିତର୍କ କରିବା ଦୁଇ ଯୁବକଙ୍କୁ ପଡିଲା ମହଙ୍ଗା । ଶେଷରେ ଗିରଫ ହୋଇ କୋର୍ଟ ଫୋରୱାର୍ଡ ହେଲେ ଅମାନିଆ ଯୁବକ । ସୂଚନା ଅନୁଯାୟୀ ଆଜି ଜଳେଶ୍ବର ଥାନା ସାମ୍ନାରେ ହେଲମେଟ ଚେକିଂ ସମୟରେ ଦୁଇ ଜଣ ଅମାନିଆ ବାଇକ ଚାଳକ ଏବଂ ପୋଲିସ ମଧ୍ଯ ରେ ଯୁକ୍ତି ତର୍କ ହୋଇଥିଲା। ତେବେ ଏହି ସମୟରେ ଯୁବକ ମାନେ ପୋଲିସ କର୍ମଚାରୀ ଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଜଳେଶ୍ୱର ପୋଲିସ ପକ୍ଷରୁ ୩୨୮ ନଂ ରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଗିରଫ ହୋଇଥିବା ଯୁବକ ମାନେ ହେଲେ ଜଳେଶ୍ୱର ଅଞ୍ଚଳ ର ଜୟନାରାୟନ ପରିଡ଼ା ଏବଂ ସେକ ଗୋଲାମ ମହିମୁଦିନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.