ମହିଳାଙ୍କ ଅଦ୍ଭୁତ ଯୋଗାଡ଼ ! ଘରୁ ବାହାରିବା ବେଳେ ମାସ୍କ ଆଣିବାକୁ ଭୁଲିଗଲେ, ସାନିଟାରୀ ପ୍ୟାଡରେ ଢାଙ୍କିଦେଲେ ମୁହଁ

କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସାରା ବିଶ୍ୱରେ ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରାଯାଇଛି। ଘରୁ ବାହାରକୁ ବାହାରିଲେ ସମସ୍ତେ ମୁଁହରେ ମାସ୍କ ପିନ୍ଧିବାକୁ ସରକାର ପରାମର୍ଶ ଦେଇଛନ୍ତି। କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ଏହାକୁ ଗୁରୁତ୍ବର ସହ ନେଉନାହାନ୍ତି ଅଥବା ସାଙ୍ଗରେ ମାସ୍କ ନେବାକୁ ଭୁଲିଯାଉଛନ୍ତି। ଯେତେବେଳେ ଲୋକେ ମାସ୍କ କ୍ୟାରି କରିବାକୁ ଭୁଲିଯାଉଛନ୍ତି, ସେହି ସମୟରେ ସେମାନେ ଅଜବ ପ୍ରକାର ଯୋଗାଡ଼ କରି ନିଜ ମୁଁହକୁ ଢାଙ୍କି ଦେଉଛନ୍ତି। ତା’ପରେ ସେମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

as

ଠିକ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ, ଯେଉଁଠି ଜଣେ ମହିଳା ମାସ୍କ ଜାଗାରେ ମୁଁହରେ ସାନିଟାରୀ ପ୍ୟାଡ ପିନ୍ଧିଥିବା ନଜର ଆସୁଛନ୍ତି। ବ୍ରିଟେନର ଗ୍ରେଟର ମନଚେଷ୍ଟରରେ ରହୁଥିବା ୩୦ ବର୍ଷୀୟା ରେଚଲ ଟେଲର ଘରୁ ବାହାରିବା ବେଳେ ମାସ୍କ କ୍ୟାରି କରିବାକୁ ଭୁଲିଯାଇଥିଲେ। ତେଣୁ ସେ ନିଜ ପାଖରେ ଥିବା ସାନିଟାରୀ ପ୍ୟାଡ ମୁହଁରେ ଢାଙ୍କି ସପିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଫାଇନ ଏବଂ କରୋନାରୁ ରକ୍ଷା ପାଇବା ପାଇଁ ସେ ନିଜ ଚଷମା ସହିତ ଲଗାଇ ସାନିଟାରୀ ପ୍ୟାଡ ବ୍ୟବହାର କରିଥିଲେ। ତେବେ ତାଙ୍କ କହିବା ଅନୁଯାୟୀ, ଏହି ପ୍ୟାଡ ବାରମ୍ବାର ତାଙ୍କ ମୁଁହରୁ ଖସି ପଡ଼ୁଥିଲା।

msସାନିଟାରୀ ପ୍ୟାଡଠୁ ମହିଳାଙ୍କ ଅନ୍ତଃବସ୍ତ୍ର ପର୍ଯ୍ୟନ୍ତ

କେବଳ ଟେଲର ନୁହନ୍ତି, ଏମିତି ଅନେକ ଲୋକ ଅଦ୍ଭୁତ ପ୍ରକାର ମାସ୍କ ପିନ୍ଧି ଚର୍ଚ୍ଚା ପରିସରକୁ ଆସୁଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୀନରେ ଲୋକେ ସାନିଟାରୀ ପ୍ୟାଡଠାରୁ ଆରମ୍ଭ କରି ମହିଳାଙ୍କ ଅନ୍ତଃବସ୍ତ୍ର ପର୍ଯ୍ୟନ୍ତ, ଅଜବ ଜିନିଷ ସବୁ ମାସ୍କ ରୂପେ ବ୍ୟବହାର କରୁଛନ୍ତି। କେଉଁଠି ବଡ଼ ପ୍ଲାଷ୍ଟିକ ବୋତଲକୁ ମୁଣ୍ଡରେ ହେଲମେଟ ଭଳି ଉପଯୋଗ କରାଯାଉଛି ତ କେଉଁଠି ଅଙ୍ଗୁର, କମଳା ଆଦି ଫଳକୁ ବି ଅଜବ ଢଙ୍ଗରେ ମାସ୍କ ରୂପେ ବ୍ୟବହାର କରାଯାଉଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରଲ ହେଉଛି।

 

View this post on Instagram

 

Improvise. Adapt. Overcome. #coronavirus part 4

A post shared by Shanghai Observed (@shanghaiobserved) on

 

View this post on Instagram

 

Tag a friend to make sure they are hydrated (@miaxisaak)

A post shared by Shanghai Observed (@shanghaiobserved) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.