Below header

ଆଜି ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ, ପଢ଼ନ୍ତୁ ତାଙ୍କ ମୁଖନିଃସୃତ କେତେକ ଦମ୍‌ଦାର ଭାଷଣ

ଆଜି ପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ। ସାରା ଦେଶ ଆଜି ବାଜପେୟୀଙ୍କ ସ୍ମୃତିରେ ତାଙ୍କ ଜୟନ୍ତୀ ପାଳନ କରୁଛି। ଅଟଳ ବିହାରୀ ବାଜପେୟୀ ଜଣେ ଏମିତି ରାଜନେତା, ଯିଏ ନିଜ ପାର୍ଟି ସମେତ ପୂରା ଦେଶର ହୃଦୟ ଜିତିଯାଇଥିଲେ। ଭାରତର ରାଜନୈତିକ ଇତିହାସରେ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଶିଖର ପୁରୁଷ ଭାବେ ଜଣାଶୁଣା। ତାଙ୍କ ଭାଷଣ ସମସ୍ତଙ୍କୁ ବେଶ୍‌ ପସନ୍ଦ ଥିଲା। ସେ ସଦନରେ ଭାଷଣ ଦେଉଥିବା ବେଳେ ସମସ୍ତେ ମୁଗ୍ଧ ହୋଇଯାଉଥିଲେ। ତେବେ ଆଜି ବାଜପେୟୀଙ୍କ ଜନ୍ମଦିନରେ ଆସନ୍ତୁ ନଜର ପକାଇବା ତାଙ୍କର କେତେକ ଦମ୍‌‌ଦାର ଭାଷଣ ଉପରେ…

atal

  • ଲୋକମାନେ ତାଙ୍କ ବିଷୟରେ କି ମନୋଭାବ ରଖିଛନ୍ତି ସେ ନେଇ ଥରେ ବାଜପେୟୀ ସଂସଦରେ କହିଥିଲେ,‘ଅନେକ ଥର ଶୁଣିବାକୁ ମିଳେ ବାଜପେୟୀ ତ ଭଲ କିନ୍ତୁ ପାର୍ଟି ଖରାପ…ଆଚ୍ଛା ଆପଣ ଏ ଭଲ ବାଜପେୟୀଙ୍କର କ’ଣ କରିବେ, କ’ଣ ଇଚ୍ଛା କରୁଛନ୍ତି?’
  • ନିଜ ଇସ୍ତଫାକୁ ନେଇ ଥରେ ବାଜପେୟୀ କହିଥିଲେ,‘ଆଜି ପ୍ରଧାନମନ୍ତ୍ରୀ ଅଛି, କିଛି ସମୟ ପରେ ନ ଥିବି, ପ୍ରଧାନମନ୍ତ୍ରୀ ହେବା ବେଳେ ମୋ ମନ ଆନନ୍ଦରେ ନାଚି ଉଠିନଥିଲା। ଏଣୁ ସବୁ କିଛି ଛାଡ଼ିକି ଯିବା ପରେ ମଧ୍ୟ ମୋତେ ଆଦୌ ଦୁଃଖ ହେବ ନାହିଁ।’
  • ପାର୍ଟିର ସଂଘର୍ଷକୁ ନେଇ ସେ କହିଥିଲେ,‘ଆମ ଚେଷ୍ଟା ପଛରେ ୪୦ ବର୍ଷର ସାଧନା ରହିଛି, ଏହା କୌଣସି ଆକସ୍ମିକ ଜନାଦେଶ ନୁହେଁ କି କୌଣସି ଚମତ୍କାର ନୁହେଁ, ଆମେ ପରିଶ୍ରମ କରିଛୁ, ଆମେ ଲୋକଙ୍କ ପାଖକୁ ଯାଇଛୁ, ଆମେ ସଂଘର୍ଷ କରିଛୁ, ଏହା ୩୬୫ ଦିନ ଚାଲିବା ଭଳି ପାର୍ଟି।’
  • ରାଜନୈତିକ ପାରଦର୍ଶିତା ନେଇ ଥରେ ବାଜପେୟୀ କହିଥିଲେ,‘ରାଜନୀତିରେ ପାରଦର୍ଶୀ ହେବା ଦରକାର। ଦଳକୁ ଯେଉଁମାନେ ଆସୁଛନ୍ତି, ସେମାନେ କାର୍ଯ୍ୟକ୍ରମ ଆଧାରରେ ଆସନ୍ତୁ। ଅଂଶ ବାଣ୍ଟିବା ଆଧାରରେ ନୁହେଁ। ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା ଜମା କରିବାକୁ ନୁହେଁ।’
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.