ରାଉରକେଲା ରହମତ ନଗର ବସ୍ତିରେ ଲାଗିଲା ନିଆଁ, ଜଳିଗଲା ଦୁଇଟି ଟାୟାର ଗୋଦାମ

ରାଉରକେଲା(କେ ନ୍ୟୁଜ): ଟାୟାର ଗୋଦାମରେ ଲାଗିଲା ନିଆଁ। ମାତ୍ର କିଛି ମୁହୂର୍ତ୍ତରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଟାୟାର ଗୋଦାମ। ରାଉରକେଲା ୨୧ନମ୍ବର ସେକ୍ଟର ନିକଟରେ ଥିବା ରହମତ ନଗର ବସ୍ତିରେ ୨ଟି ଟାୟାର ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ପ୍ରାୟ ୪ଟି ଅଗ୍ନିଶମ ଗାଡି ନିଆଁ ଲିଭାରେ ନିୟୋଜିତ ହୋଇଥିଲେ । ଫଳରେ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ରହମତ ନଗର। ବସ୍ତିର ୩୦୦ଟି ଘର ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି। ରାତି ପ୍ରାୟ ୧୨ଟା ବେଳେ ନିଆଁ ଲାଗିଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.