Below header

ଅଟଳଙ୍କ ସହ ମିଶି ବିଜେପିକୁ ପହଂଚାଇଥିଲେ ଶୀର୍ଷରେ, ହେଲେ ଏବେ ପାଲଟିଗଲେ ଇତିହାସ . . . . ଜାଣନ୍ତୁ କାହିଁକି କଟିଲା ଆଡଭାଣୀଙ୍କ ଟିକେଟ

ଲୋକସଭା ନିର୍ବାଚନ ପାଇଁ ୧୮୪ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ବିଜେପି । ହେଲେ ପ୍ରାର୍ଥୀ ତାଲିକା ସହ ଆସିଛି ନୂଆ ଏକ ବିବାଦ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କାହିଁକି କଟିଲା ବିଜେପିର ଭୀଷ୍ମପିତାମହଙ୍କ ଟିକେଟ୍ ?  ବିଜେପି ଦଳର ପୁରୁଖା ନେତା ତଥା ଭୀଷ୍ମପିତାମହ କୁହାଯାଉଥିବା ଏଲେ.କେ ଆଡଭାନୀଙ୍କ ଗାନ୍ଧିନଗର ଟିକେଟ କାଟି ଅମିତ ସାହାଙ୍କୁ ଟିକେଟ ମିଳିବା ଏତେ ସହଜ ନଥିଲା । ଏଥିପାଇଁ ଦଳ ତରଫରୁ ବହୁ କସରତ କରିବାକୁ ପଡିଛି । ଅନେକ ଥର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ଆଡଭାନୀଙ୍କୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଥିଲେ । ହୋଲେ ଆଡଭାନୀଙ୍କ ତରଫରୁ କିଛି ଉତ୍ତର ମିଳଳିନଥିଲା ।

ସୁଚନା ଅନୁସାରେ ଦିଲ୍ଲିର ରାମଳୀଳା ମଇଦାନରେ ରାଷ୍ଟ୍ରୟ ଅଧିବେଶନ ପରେ ବିଜେପିର ଶୀର୍ଷ ନେତୃତ୍ୱ ସାହସ କରିପାରୁନଥିଲେ ଏହି ବରିଷ୍ଠ ନେତାଙ୍କ ଟିକେଟ କାଟିବାକୁ । କାରଣ ୭୫ ବର୍ଷରୁ ଉର୍ଦ୍ଧ ବୟସ ବ୍ୟକ୍ତିଙ୍କୁ ଟିକେଟ ଦେବା ଓ ନଦେବା ଏହିଦୁଇଟି ନିର୍ଣ୍ଣୟ ନେବା ବିଷୟରେ ମଧ୍ୟ ଆଉଭାନୀ ବାଧକ ସାଜିଥିଲେ । କିନ୍ତୁ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାଜପାର ନେତୃତ୍ୱ ଓ ପ୍ରଧାନ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିଲା ।

ଏହା ପରେ ଆଡଭାନୀଙ୍କ ପୁଅଙ୍କୁ ଗାନ୍ଧିନଗର ଆସନରେ ପ୍ରର୍ଥୀ କରିବାକୁ ଦଳ ତରଫରୁ ପ୍ରସ୍ତାବ ରଖାଯାଇଥିଲା । ହେଲେ ଏହି ନିଷ୍ପତ୍ତିକୁ ଆଡଭାନୀ ସଫାସଫା ମନାକରି କହିଥିଲେ ସେ ଜୀବନ ବ୍ୟାପି ବଂଶବାଦ ରାଜନୀତିକୁ ବିରୋଧ କରିଆସୁଛନ୍ତି । ତେଣୁ ନିର୍ବାଚନ ଲଢିବାକୁ ଆଉ ଇଛୁକ ନାହାନ୍ତି ବୋଲି କହିଥିଲେ ।ସେପଟେ ଆଡଭାନୀଙ୍କୁ ୯୧ ବର୍ଷ ହୋଇଥିବାରୁ ଦଳ ତାଙ୍କ ଉପରେ ଆଶପ୍ରକଟ କରିପାରିନଥିଲା । ଯେଉଁଥିପାଇଁ ବିଜେପିର ଶର୍ଷ ନେତୃତ୍ୱ ନରେନ୍ଦ୍ର ମୋଦି ଓ ଅମିତ୍ ସାହାଙ୍କୁ ପରାମର୍ଶ କରି ଗାନ୍ଧିନଗର ଆସନରୁ ଅମିତ୍ ସାହାଙ୍କୁ ପ୍ରର୍ଥିୀ କରିବାକୁ ମନୋନିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.