ଆଫ୍ରିଦିଙ୍କୁ ମାରିଥିଲେ କହୁଣୀ ପୁଣି ନେଇଥିଲେ କିନ୍ନରଙ୍କ ରୂପ, ପଢନ୍ତୁ ଗୌତମ ଗମ୍ଭୀରଙ୍କ ପାଂଚ ଚର୍ଚ୍ଚିତ ମାମଲା

ଆଜିଯାଏଁ ପୂର୍ବତନ କ୍ରିକେଟର ଭାବରେ ଲୋକପ୍ରିୟ ଥିଲେ । କିନ୍ତୁ ଆଜିଠାରୁ ବିଜେପି ନେତା ଭାବରେ ପରିଚିତ ହେବେ ଗୌତମ ଗମ୍ଭୀର । ୨୦୧୧ ବିଶ୍ବ କପ୍ ବିଜୟର ହିରୋ ଥିବା ଏହି ବ୍ୟାଟ୍ସବ୍ୟାନ୍ ଶେଷରେ ଧରିନେଲେ ବିଜେପିର ହାତ । ଏବେ ଚର୍ଚ୍ଚା ହେଉଛି ଯେ ଚଳିତ ବର୍ଷ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ଗମ୍ଭୀର ।

ତେବେ ଏମିତି ନୁହେଁ ଯେ ହଠାତ୍ ରାଜନୀତିରେ ପାଦ ରଖିଲେ ଗମ୍ଭୀର । କ୍ରିକେଟ୍ ଖେଳିବା ସମୟରେ ମଧ୍ୟ ନିଜର ଆକ୍ରାମକ ବ୍ୟବହାର ଏବଂ ବୟାନବାଜୀ ପାଇଁ ମଧ୍ୟ ଅନେକ ଚର୍ଚ୍ଚା ସାଉଁଟିଛନ୍ତି ଗମ୍ଭୀର । ଆସନ୍ତୁ ନଜର ପକାଇବା ଏଭଳି କିଛି ଘଟଣାକ୍ରମ ଉପରେ ।

ସାହିଦ୍ ଆଫ୍ରିଦିକୁ ମାରିଥିଲେ କହୁଣୀ :

shahid afridi୨୦୦୭ ରେ ଭାରତ ଗସ୍ତରେ ଥିଲା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ । କାନପୁରରେ ଖେଳାଯାଉଥିବା ଏକ ମ୍ୟାଚରେ ସାହିଦ୍ ଅଫ୍ରିଦିଙ୍କ ସହ ଗୌତମ ଗମ୍ଭୀରଙ୍କ ବଚସା ହୋଇଯାଇଥିଲା । ରନ୍ ନେବା ସମୟରେ ଗମ୍ଭୀରଙ୍କ ରାସ୍ତାରେ ଛିଡା ହୋଇଯାଇଥିଲେ ଆଫ୍ରିଦି । ଆଉ ଏହି ସମୟରେ ଆଫ୍ରିଦିଙ୍କୁ କହୁଣୀ ମାରିଥିଲେ ଗମ୍ଭୀର । ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା । ଯାହା ଫଳରେ ବାଧ୍ୟ ହୋଇ ଅମ୍ପାୟର୍ ଉଭୟଙ୍କ ମଝିରେ ଆସିଥିଲେ ।

କୋହଲି ଏବଂ ଗମ୍ଭୀରଙ୍କ ମଧ୍ୟରେ ହୋଇଥିଲା ଝଗଡା :

gambhir kohliଘଟଣାଟି ୨୦୧୩ ଆଇପିଏଲ୍ ୬ ସମୟର । କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଗମ୍ଭୀର ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ କ୍ୟାପଟେନ୍ କୋହଲିଙ୍କ ମଧ୍ୟରେ ହୋଇଥିଲା ଝଗଡା । କୋହଲିଙ୍କୁ ଆଉଟ୍ କରଥିଲେ ବାଲାଜି । ତେବେ ଆଉଟ୍ ହେବା ପରେ ପାଭିଲିୟନକୁ ଯିବା ସମୟରେ କୌଣସି କଥାକୁ ନେଇ ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ ଜବରଦସ୍ତ ଝଗଡା ହୋଇଥିଲା । ଉଭୟ ଖେଳାଳି ରାଗରେ ପରସ୍ପରକୁ ଶବ୍ଦବାଣ ମାରିବାରେ ବ୍ୟସ୍ତ ଥିଲେ । ମାମଲା ଏତେ ବିଗିଡି ଗଲା ଯେ ସାଥି ଖେଳାଳି ଏବଂ ଅମ୍ପାୟର ଆସି ପରିସ୍ଥିତି ସମ୍ଭାଳି ଉଭୟଙ୍କୁ ଶାନ୍ତ କରାଇଥିଲେ ।

ମନୋଜ୍ ତିୱାରୀଙ୍କୁ ଦେଇଥିଲେ ମାରିବାର ଧମକ :

goutam gambhir୨୦୧୫ରେ ଗମ୍ଭୀର ଏଭଳି ନିଜର ହିତାୟତ ଜ୍ଞାନ ହରାଇ ବସିଥିଲେ ଯେ ମନୋଜ ତିୱାରୀଙ୍କୁ ମାରିବାର ଧମକ ଦେଇଥିଲେ । ଘଟଣାଟି ଥିଲା, ଦିଲ୍ଲୀର ଫିରୋଜଶାହା କୋଟଲା ମୈଦାନରେ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସାମ୍ନା ସାମ୍ନି ଥିଲେ । ଦିଲ୍ଲୀର କ୍ୟାପଟେନ୍ ଗମ୍ଭୀର ଥିବା ବେଳେ ପଶ୍ଚିମବଙ୍ଗର କ୍ୟାପଟେନ୍ ଥିଲେ ମନୋଜ ତିୱାରୀ । ତେବେ କୌଣସି କଥାକୁ ନେଇ ମତଭେଦ ଏମିତି ହୋଇଥିଲା ଯେ ଉଭୟଙ୍କ ମଧ୍ୟ ଠେଲାପେଲା ମଧ୍ୟ ହୋଇଯାଇଥିଲା । ଆଉ ଝଗଡା ସମୟରେ ଗମ୍ଭୀର କହିଥିଲେ ସଂଧ୍ୟା ବେଳେ ଦେଖା କର ତତେ ମାରିବି । ଏହାର ଉତ୍ତରରେ ମନୋଜ କହିଥିଲେ ସଂଧ୍ୟା କାହିଁକି ଏବେ ବାହାରକୁ ଚାଲ । ତେବେ ମାମଲା ଆହୁରୀ ଗମ୍ଭୀର ସେତେବେଳେ ହୋଇଯାଇଥିଲା ଯେତେବେଳେ ସମାଧାନ ପାଇଁ ଆସିଥିବା ଅମ୍ପାୟାର ଶ୍ରୀନାଥଙ୍କୁ ଧକ୍କା ମାରିଥିଲେ ଗମ୍ଭୀର ।

କଶ୍ମୀରକୁ ନେଇ ଦେଇଥିଲେ ବିବାଦୀୟ ବୟାନ :

gautam gambhirଭାରତୀୟ ସେନାଙ୍କ ପ୍ରତି ଥିବା ଗମ୍ଭୀର ପ୍ରେମ ସମସ୍ତେ ଜାଣନ୍ତି । ଏପରିକି ସେ ସେନା ବାହିନୀରେ ଯୋଗଦେବା ପାଇଁ ତାଙ୍କର ପିଲା ବେଳୁ ଇଛା ଥିଲା । କିନ୍ତୁ ରଣଜୀ ଟିମ୍ ପାଇଁ ତାଙ୍କର ଚୟନ ହେବାରୁ କ୍ରିକେଟର୍ ହୋଇଗଲେ । ତେବେ ବିଜେପିରେ ସାମିଲ୍ ହେବା ପୂର୍ବରୁ କଶ୍ମୀରକୁ ନେଇ ଅନେକ ସମୟରେ ପ୍ରତିକ୍ରିୟା ଦେଇଛନ୍ତି ଗମ୍ଭୀର ।

ଗତ ବର୍ଷ ଜମ୍ମୁ କଶ୍ମୀରର ଜଣେ ନେତାଙ୍କୁ କଟାକ୍ଷ କରି କହିଥିଲେ ଯେଉଁ ନେତା କଶ୍ମୀରର ଦୁର୍ଗମ ଅଂଚଳରେ ନିଜ ପରିବାର ସହ ବିନା କୌଣସି ସୁରକ୍ଷାରେ ଗୋଟିଏ ସପ୍ତାହ ରହିବ ତାଙ୍କୁ ୨୦୧୯ ନିର୍ବାଚନ ଲଢିବା ପାଇଁ ଅନୁମତି ମିଳିବ । ଏହା ପରେ ଉଭୟ ପଟୁ ଶବ୍ଦଯୁଦ୍ଧ ଦେଖିବାକୁ ମିଳିଥିଲା ।

ମଥାରେ ଟିକିଲି ଆଉ ଦୁପଟା ଦେଇ ହୋଇଥିଲେ କିନ୍ନର :

goutam gambhirଟିମ୍ ଇଣ୍ଡିଆରୁ ବାହାରିବା ପରେ ସମାଜସେବା କରୁଥିଲେ ଗମ୍ଭୀର । ଛତିଶଗଡ ନକ୍ସଲ ହମଲାରେ ସହିଦ୍ ହୋଇଥିବା ଯବାନଙ୍କ ପିଲାଙ୍କୁ ଶିକ୍ଷା ଦେବା ହେଉ ବା କଶ୍ମୀର ଆତଙ୍କୀ ଆକ୍ରମଣରେ ସହିଦ୍ ହୋଇଥିବା ଏଏସଆଇ ଅବଦୁଲ୍ ରସିଦଙ୍କ ଝିଅ ଜାହିରାକୁ ସାହାଯ୍ୟ କରିବା ହେଉ । ଏସବୁ କ୍ଷେତ୍ରରେ ଗମ୍ଭୀର ଦେଶପ୍ରତି ନିଜ ଦାୟିତ୍ବର ଗମ୍ଭୀର ସ୍ବଭାବ ସମସ୍ତଙ୍କୁ କରିଛନ୍ତି ପ୍ରଭାବିତ ।

ସେହିପରି ସେପ୍ଟେମ୍ବର ୨୦୧୮ରେ ସମାଜର ଉପେକ୍ଷା ଏବଂ ଭେଦଭାବର ଶିକାର ହେଉଥିବା କିନ୍ନରଙ୍କ ସମର୍ଥନରେ ଛିଡା ହୋଇଥିଲେ । ସେମାନଙ୍କ କାର‌୍ୟ୍ୟକ୍ରମ ହିଞ୍ଜଡା ହବ୍ବା ଉଦଘାଟନ ସମାରୋହରେ ମଥାରେ ଟିକିଲି ଏବଂ ମୁଣ୍ଡରେ ଦୁପଟା ପକାଇଥିବା ଗମ୍ଭୀରଙ୍କ ଫଟୋ ଜବରଦସ୍ତ ଭାଇରାଲ୍ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.