Below header

ପାକିସ୍ତାନୀ ଚାହା ବିଜ୍ଞାପନରେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ !

ବିଭିନ୍ନ ସୋସିଆଲ ମିଡିଆରେ ପାକିସ୍ତାନୀ ଚାହାର ଏକ ବିଜ୍ଞାପନକୁ ଖୁବ ଜୋରରେ ଭାଇରାଲ ହେଉଛି । ଆପଣ ମାନେ ଭାବୁଥିବେ ବିଜ୍ଞାପନ ତ ସେୟାର ହେଉଛି ଏଥିରେ ନୂଆ କଣ ଅଛି । ପ୍ରକୃତରେ ଏହି ବିଜ୍ଞାପନଟିରେ ଭାରତର ବାୟୁସେନାର ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଅଛନ୍ତି । ହଁ ଇଏ ହେଉଛନ୍ତି ସେହି ଅଭିନନ୍ଦନ ବର୍ଦ୍ଧମାନ ଯାହାଙ୍କୁ ପାକିସ୍ତାନୀ ସେନା ୨୦୧୯ ମସିହାରେ ୨ ଦିନ ପାଇଁ ନିଜ କବ୍ଜାକୁ ନେଇଯାଇଥିଲା । ଆଉ ପରେ ଅନେକ ଚେଷ୍ଟାରେ ତାଙ୍କୁ ଭାରତ ଫେରଇ ଅଣା ଯାଇଥିଲା | ସେ ପୁଣି ପାକିସ୍ଥାନୀ ବିଜ୍ଞାପନରେ ସ୍ଥାନ ପାଇଛନ୍ତି କଥା ଶୁଣି କେମିତି ଅଖାଡୁଆ ଲାଗୁଛି ନା । ତେବେ ଆସନ୍ତୁ ପୁରା ଘଟଣା ବିଷୟରେ ଜାଣି ରଖିବା । ଭିଡିଓ ଟି ହାହେଉଛି ତାପଲ ଚାହା ପତିର ବିଜ୍ଞାପନ, ଏହି ଚାହା ପାକିସ୍ତାନର କରାଚୀ ସହରରେ ବିକ୍ରି ହୋଇଥାଏ | ଆଉ ବିଜ୍ଞାପନର ଶେଷରେ ଚାହାର ଢ଼ୋକଟିଏ ନେଇ ଅଭିନନ୍ଦନ କହୁଛନ୍ତିକି, “ଟି ଇଜ ଫାଣ୍ଟାଷ୍ଟିକ, ଥ୍ୟାଙ୍କ ୟୁ ।”

ଅନେକ ଟ୍ୱିଟର ୟୁଜର ଭିଡିଓଟିକୁ ଅନେକ ସଂଖ୍ୟାରେ ସେୟାର କରୁଛନ୍ତି । ଅନେକ ସାମ୍ବାଦିକ ବି ଭିଡିଓକୁ ନିଜ ଭେରିଫଏଡ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି । କିନ୍ତୁ ଘଟଣାରେ ଆଉ ଏକ ଟ୍ଵିଷ୍ଟ ବି ଅଛି । ପ୍ରକୃତରେ ତାପଲ ଚାହା କମ୍ପାନୀ ଏମିତି କିଛି ବି ଭିଡିଓ ସେୟାର କରିନାହାନ୍ତି ଯେଉଁଥିରେ କି ବିଙ୍ଗ କମାଣ୍ଡର ଅଭିନନ୍ଦନ ଥିବେ । ପ୍ରକୃତରେ ଭିଡିଓଟିକୁ ଏଡିଟ କରାଯାଇଛି । ପ୍ରକୃତରେ ଅଭିନନ୍ଦନ ଚାହା ପିଉଥିବା ସମୟରେ ତାହାକୁ ଫାଣ୍ଟାଷ୍ଟିକ କହୁଥିବା ନେଇ ଏକ ଭିଡିଓ ଫେବୃଆରୀ ୨୭ ତାରିଖରେ ଭାଇରଲ ହୋଇଥିବା ଭିଡିଓର ଏକ ଭାଗ | ସେହି ଦିନ ହିଁ ପାକିସ୍ତାନୀ ସେନା ଅଭିନନ୍ଦନଙ୍କୁ ନିଜ କବଜାକୁ ନେଇଥିଲେ । ପାକିସ୍ତାନର ଜଣେ ସାମ୍ବାଦିକ ହିଁ ଏହାକୁ ସେୟାର କରିଥିଲେ | ଟ୍ୱିଟରରେ ଭିଡିଓ ଟିକୁ ସେୟାର କରି କ୍ୟାପ୍ସନରେ ଲେଖିଥିଲେ, “ଭାରତୀୟ ପାଇଲଟ । ବିଙ୍ଗ କମାଣ୍ଡର ଅଭି | ପାକିସ୍ତାନୀ ସେନା ଜଣେ ପ୍ରଫେସନାଲ ସୈନିକ ଭଳି ଆପଣଙ୍କର ଧ୍ୟାନ ରଖିବେ । କାରଣ ଆମେ ଶାନ୍ତିକୁ ସମର୍ଥନ କରୁ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.