ପୁଅର ଟ୍ୟୁସନ କଳି ସାଜିଲା କାଳ, ସମାଧାନ ପାଇଁ ପୋଲିସ କବାଟ ବାଡେଇବାରୁ ବାଲ୍କୋନିରୁ ତଳକୁ ଡେଇଁ ପଡିଲେ ପରିବାରର ୫ ସଦସ୍ୟ

ସ୍ୱିଜରଲ୍ୟାଣ୍ଡର ୱେଷ୍ଟର୍ଣ୍ଣ ପ୍ରାନ୍ତରେ ଥିବା ମୋନଟ୍ରେଉକ୍ସର ଗୋଟିଏ ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଘଟଣାଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଲୋମ ହର୍ଷଣକାରୀ । ପୁଲିସ୍ ଅଧିକାରୀ ମାନେ ଘରର କବାଟ ବାଡ଼େଇବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ହୁଏତ ଭୟବିତ୍ତ ହୋଇ ୭ମ ହମଲାର ବାଲୋକୋନୀରୁ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି । ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ୧୫ ବର୍ଷୀୟ ବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ କହିରଖିଛୁକି ସ୍ୱିଜରଲ୍ୟାଣ୍ଡର ୱେଷ୍ଟର୍ଣ୍ଣ ପ୍ରାନ୍ତରେ ଥିବା ମୋନଟ୍ରେଉକ୍ସର ଗୋଟିଏ ସହରରେ ଏପରି ଘଟଣା ଘଟିଛି। ତେବେ ସେମାନେ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ସେକଥା ଏଯାବତ ଜଣାପଡ଼ିନି।

ପୁଲିସ୍‌ କହିଛନ୍ତି ଯେ ଦୁଇ ଜଣ ଅଧିକାରୀ ୭ମ ମହଲାରେ ରହୁଥିବା ଗୋଟିଏ ପରିବାରର କବାଟ ପାଖରେ ପହଞ୍ଚି ବାଡେଇ ଥିଲେ । ତେବେ ସେମାନଙ୍କୁ ଦେଖି ଘରର ମୁଖିଆ ତଥା ଅନ୍ୟମାନେ ବାଲ୍କୋନିକୁ ଚାଲିଯାଇଥିଲେ । ବୋଧ ହୁଏ ପୋଲିସ ଆସିବା ଚାପକୁ ସମ୍ଭାଳିପାରି ନଥିଲେ ସଦସ୍ୟ ମାନେ । ତାପରେ କଣ ହେଲା କେଜାଣି ଏହାପରେ ସେମାନେ ସମସ୍ତେ ଏକାଠି ତଳକୁ ଡେଇଁ ପଡ଼ିଥିଲେ। ଆଉ ତଳେ ପଡ଼ିବା ପରେ ୧୫ ବର୍ଷୀୟ ପୁଅକୁ ଛାଡ଼ି ବାକି ସମସ୍ତଙ୍କର ମୃତ୍ୟୁ ହୋଇଥିବା ନନେଇ ଜଣାପଡିଥିଲା ।ଗୁରୁତର ଅବସ୍ଥାରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ହେଁ ଏଯାଏ ପରିବାରର ୫ ସଦସ୍ୟ କାହିଁକି ତଳକୁ ଡେଇଁ ପଡ଼ିଲେ ସେକଥା ଜଣାପଡ଼ିନି।

ମିଳିଥିବା ଖବର ଅନୁଯାୟୀ, ପରିବାରର ୧୫ ବର୍ଷୀୟ ପୁଅର ଟ୍ୟୁସନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଯାଞ୍ଚ ପାଇଁ ଦୁଇ ପୁଲିସ ଅଧିକାରୀ ସେଠାରେ ପହଞ୍ଚିଥିଲେ। ଅଧିକାରୀମାନେ କବାଟ ବାଡେଇବା ପରେ ଘର ମଧ୍ୟରୁ କିଏ ଆସିଛନ୍ତି ବୋଲି ପଚରା ଯାଇଥିଲା । ଅଧିକାରୀମାନେ ନିଜର ପରିଚୟ ଦେବା ମାତ୍ରେ ସବୁ କିଛି ଶୂନଶାନ ହୋଇଯାଇଥିଲେ। ଯେମିତି ଏକପ୍ରକାର ନିସ୍ତବ୍ଧ ଛାଇ ଯାଇଥିଲା । ପୁଲିସ୍‌ କବାଟ ବାଡ଼େଇ ନିରାଶ ହେବା ପରେ ଯିବାକୁ ବାହାରିଥିଲା। ତେବେ ଏହି ସମୟରେ ସ୍ଥାନୀୟ ଲୋକମାନେ ଉକ୍ତ ପରିବାରର ସଦସ୍ୟମାନେ ବାଲକୋନୀରୁ ଡେଇଁ ପଡ଼ିଥିବା ଖବର ଦେଇଥିଲେ। ୧୫ ବର୍ଷୀୟ ପିଲାର ବାପା କରୋନା ପରଠାରୁ ଘରୁ କାମ କରୁଥିବା ବେଳେ ମା’ ପେଶାରେ ଜଣେ ଦାନ୍ତ ଡାକ୍ତର। ସେ ଫ୍ରାନ୍ସରେ ରହି କାମ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.