Below header

ବାପରେ ଏତେ ରାଗ ! ପ୍ରେମରେ ଧୋକା ଖାଇବାରୁ ପ୍ରେମିକଙ୍କ ଦାମୀ ବାଇକକୁ ପୋଡି ପାଉଁଶ କରିଦେଲେ ପ୍ରେମିକା

ଏବେ ପ୍ରେମ ବାବୁ…. ସୋନାରେ ଚାଲିଛି। ମୋ ବାବୁ ଖାଇଲେଣି, ମୋ ସୋନାକୁ ନିଦ ହଉନି, ଆହୁରି କେତେ କଣ ଚାଲିଛି ଆଜିକାଲିର ପ୍ରେମୀ ଯୋଡିଙ୍କ ମଧ୍ୟରେ। କିନ୍ତୁ ଆମ ଓଡିଆରେ ଗୋଟେ କଥା ନାହିଁ ଅତି ଚିପୁଡିଲେ ପିତା। ଏଠି ଠିକ ସେମିତି ହିଁ ଘଠିଛି। ପ୍ରେମ ଯେତେବେଳେ ଆବଶ୍ୟକ ଠୁ ଅଧିକ ଉଛୁଳିପଡିଲା ସେତେବେଳେ ପରିଣାମ ଭୟଙ୍କର ହୋଇଗଲା।

ଘଟଣା ଥାଇଲାଣ୍ଡର। ଏଠାରେ ଜଣେ ପ୍ରେମିକା ନିଜର ଏକ୍ସ ବୟଫ୍ରେଣ୍ଡ ଉପରେ ଏତେ ରାଗି ଯାଇଥିଲେ ଯେ ପ୍ରେମିକର ୨୩ ଲକ୍ଷ ଟଙ୍କାର ବାଇକକୁ ନିଆଁ ଲଗାଇ ଜାଳି ପାଉଁଶ କରିଦେଲେ। ଏହି ଘଟଣାର ପୂରା ଭିଡିଓ ସେଠାରେ ଥିବା ସିସିଟିଭିରେ କଏଦ ହୋଇଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସୂଚନା ମୁତାବକ ୩୬ ବର୍ଷିୟା ପ୍ରେମିକା ନିଜ ଏକ୍ସ ବୟଫ୍ରେଣ୍ଡଙ୍କ ସହ ପ୍ୟାଚଅପ୍‌ କରିବାକୁ ଚାହୁଁଥିଲେ, କିନ୍ତୁ ପ୍ରେମିକ ଜଣଙ୍କ ପୁଣି ଥରେ ରିଲେସନସିପରେ ଆସିବାକୁ ମନା କରିଦେଲେ। ଏଥିରେ ରାଗି ଯାଇ ମହିଳା ଜଣଙ୍କ ଏକ୍ସଙ୍କ ଦାମି ବାଇକରେ ନିଆଁ ଲଗାଇଦେଲେ। କୁହାଯାଉଛି ଯେ ଏହି ବାଇକ ନିଜେ ପ୍ରେମିକା ସେହି ଯୁବକଙ୍କୁ ଉପହାରରେ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.