୨୪ କ୍ୟାରେଟ୍‌ ସୁନାରେ ଏହି କଳାକାର ତିଆରି କରିଛନ୍ତି ମାଧୁରୀ ଦୀକ୍ଷିତ୍‌ ଓ ସଲମାନ ଖାନ୍‌ଙ୍କ ପେଣ୍ଟିଂ, ଦେଖନ୍ତୁ ଫଟୋ

୨୪ କ୍ୟାରେଟ୍‌ ଗୋଲ୍ଡ ପ୍ଲେଟିଂରେ ସ୍ୱାମୀଙ୍କ ସହ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ସଲମାନ୍‌ ଖାନ୍‌ଙ୍କ ବାପାଙ୍କ ସହ ପ୍ରସ୍ତୁତ ହୋଇଥିବା ଅଏଲ ପୋର୍ଟେଟ୍ସ ଏବେ ହିନ୍ଦୀ ଜଗତରେ ଧୁମ୍‌ ମଚାଇଛି। ଏହି ସୁନାର ପୋର୍ଟେଟ୍‌ ତିଆରି କରିଛନ୍ତି ଆର୍ଟିଷ୍ଟ ଧନରାଜ ସାଗର ଶେଲକେ। ଧନରାଜ କହିଛନ୍ତି, ଭାରତର ସବୁଠୁ ଲୋକପ୍ରିୟ କଳାକାରଙ୍କ ପେଣ୍ଟିଂ ତିଆରି କରି ଗର୍ବିତ ଅନୁଭବ କରୁଛି। ଶୁଦ୍ଧ ୨୪ କ୍ୟାରେଟ୍‌ ସୁନାରେ ତିଆରି ଏହି ପୋର୍ଟେଟ୍‌କୁ ଲୋକଙ୍କ ସାମ୍ନାରେ ଉପସ୍ଥାପିତ କରିବା ଏକ ଦୁର୍ଲ୍ଲଭ ଅନୁଭବ ବୋଲି ସେ କହିଛନ୍ତି।

madhuri

ତେବେ ପୂର୍ବରୁ ମଧ୍ୟ ଧନରାଜ ଅନେକ ବଲିଉଡ୍‌, ହଲିଉଡ୍‌ କଳାକାର, କ୍ରୀଡ଼ାବିତ୍‌ ଓ ବଡ଼ ବଡ଼ ଉଦ୍ୟୋଗପତିଙ୍କ ପେଣ୍ଟିଂ ତିଆରି କରିଛନ୍ତି। ସମସ୍ତେ ତାଙ୍କ କାମକୁ ଖୁବ୍‌ ପସନ୍ଦ ବି କରିଛନ୍ତି। ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ କରାଯାଇଛି। ବଡ଼ ବଡ଼ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀରେ ବି ତାଙ୍କ ଫଟୋ ପ୍ରଦର୍ଶିତ କରାଯାଇଛି।

salman
Image Credit: aajtak

କୋହ୍ଲାପୁରର ବାସିନ୍ଦା ଧନରାଜ ଏହି କଳା ମହାରାଷ୍ଟ୍ରର ଜାତୀୟ ପୁରସ୍କାର ବିଜେତା କଳାକାର ମୋହନରାଓ ଗଣପତରାଓ ଭଣ୍ଡାରେକରଙ୍କ ଠାରୁ ଶିଖିଛନ୍ତି। ତାଙ୍କ ସମର୍ପଣ ଓ ଅଭିନବ ଦୃଷ୍ଟିକୋଣ ଦେଖି ଗୁରୁ ତାଙ୍କୁ ମାଗଣାରେ ଏହି ଜ୍ଞାନ ଦେଇଛନ୍ତି। ପିଲାଦିନୁ ଡ୍ରଇଂ କରିବାକୁ ଭଲ ପାଉଥିବା ଧନରାଜ ଏବେ ଏହି ଚିତ୍ରକଳା ପ୍ରତି ଅଧିକ ଆକର୍ଷିତ ହେଉଥିବା କହିଛନ୍ତି। ସେ ଦୀର୍ଘ ୧୧ ବର୍ଷ ଏହି କଳାକୁ ଦେଇଛନ୍ତି। ଖାସ୍‌ କରି କ୍ରିଷ୍ଟାଲ, ଧାତୁ, ରତ୍ନ, ସୁନା ଓ ହୀରା ଆଦି ବ୍ୟବହାର କରି ପେଣ୍ଟିଂ କରିବାକୁ ସେ ଅଧିକ ଭଲ ପାଆନ୍ତି। ତେବେ ଆଗକୁ ବି ସେ ଅନ୍ୟ କଳାକାରଙ୍କ ଚିତ୍ର ତିଆରି କରିବେ ବୋଲି କହିଛନ୍ତି ଧନରାଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.