Below header

ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ SO ପଦ ଖାଲି, ୧୨ ଜୁଲାଇ ପୂର୍ବରୁ କରନ୍ତୁ ଆବେଦନ

ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ବମ୍ପର ଭର୍ତ୍ତି । ଏସଓ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍‌ କରିପାରିବେ ।

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ଖାଲିପଡିଛି ଏସଓ ପଦ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ପିଏସବି ବ୍ୟାଙ୍କର ଅଫିସିଆଲ ୱେବସାଇଟ୍‌ punjabandsindbank.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଅନଲାଇନ ଆବେଦନ କରିବାର ପ୍ରକ୍ରିୟା ୨୮ ଜୁନ୍‌ରୁ ଆରମ୍ଭ ହୋଇଛି । ଜୁଲଇ ୧୨ ତାରିଖରେ ଆବେଦନ କରିବାର ଶେଷ ତାରିଖ ରହିଛି ।

ପଦବୀ ବିବରଣୀ : ୧୮୩

ଆଇଟି ଅଫିସର : ୨୪
ଅଫିସିଆଲ ଭାଷା ଅଫିସର : ୨
ସଫ୍ଟୱେୟାର ଡେଭଲପର : ୨୦
ଲ ମ୍ୟାନେଜର :୬
ଚାଟାର୍ଡ ଆକାଉଣ୍ଟାଣ୍ଟ :୩୩
ଆଇଟି ମ୍ୟାନେଜର : ୪୦
ସିକ୍ୟୁରିଟି ଅଫିସର : ୧୧
ଅଫିସିଆଲ ଲାଙ୍ଗୁଏଟ ଅଫିସର : ୫
ଡିଜିଟାଲ ମ୍ୟାନେଜର : ୨
ମାର୍କେଟିଂ ଏବଂ ରିଲେସନସିପ ମ୍ୟାନେଜର : ୧୭
ଟେକ୍ନିକାଲ ଅଫିସର : ୧
ଡିଜିଟାଲ ମ୍ୟାନେଜର : ୨
ରିସ୍କ ମ୍ୟାନେଜର : ୫
ଡିଲର : ୨
ଟ୍ରେଜେରୀ ଡିଲର : ୨
ଲ ମ୍ୟାନେଜର : ୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୨ ଜୁଲାଇ ରହିଛି ।

ଶିକ୍ଷାଗତ ଯୋଗ୍ୟତା ; ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୨୫ରୁ ୩୫ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ :ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ଆୟୋଜନ ହେବ । ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇ ସାକ୍ଷାତ ପାଇଁ ଡକାଯିବ । ଯେଉଁମାନେ ଲିଖିତ ପରୀକ୍ଷା ପାସ୍‌ କରିବେ, କେବଳ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଆବେଦନ ଶୁଳ୍କ : ଏଥିରେ ଆବେଦନ କରିବା ପାଇଁ ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀଙ୍କୁ ୧୫୦ ଟଙ୍କା ଜିଏସଟି ସହିତ ଦେବାକୁ ପଡିବ । ସେହିପରି ଅନ୍ୟ ପ୍ରାର୍ଥୀ ୮୫୦ ଟଙ୍କା ସହିତ ଜିଏସଟି ଦେବାକୁ ପଡିବ । ଆବେଦନ ଶୁଳ୍କ ବେଳ ଅନଲାଇନ ମାଧ୍ୟମରେ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://punjabandsindbank.co.in/system/uploads/recruitment/2150_2023062715004561646.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.