Below header

SBI ରେ ୬୧୬୦ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ତୁରନ୍ତ ଅଫିସିଆଲ ସାଇଟକୁ ଯାଇ ଚେକ୍‌ କରି ଆବେଦନ କରିପାରିବେ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏସିବିଆଇରେ ୬ ହଜାର ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି । ଇଚ୍ଛୁକ ପ୍ରାର୍ଥୀ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୧୬୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ସେପ୍ଟେମ୍ବର ୨୦୨୩ ରହିଛି । ଲିଖିତ ପରୀକ୍ଷା ଅକ୍ଟୋବର କିମ୍ବା ନଭେମ୍ବର ୨୦୨୩ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣିସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବା ଜରୁରୀ ।

ବୟସ ସୀମା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଲିଖିତ ପରୀକ୍ଷା ଏବଂ ସ୍ଥାନୀୟ ଭାଷା ପରୀକ୍ଷା ଜରିଆରେ ହେବ । ଲିଖିତ ପରୀକ୍ଷାରେ ୧୦୦ ପ୍ରଶ୍ନ ରହିବ । ପରୀକ୍ଷାର ଅବଧି ୬୦ ମିନିଟ ରହିବ । ଇଂଲିଶ ଛାଡି ଲିଖିତ ପରୀକ୍ଷାରେ ୧୩ ଭାଷାରେ ପ୍ରଶ୍ନପତ୍ର ସେଟ୍‌ ପ୍ରସ୍ତୁତ କରାଯିବ । ଇଂଲିଶ, ହିନ୍ଦୀ ବ୍ୟତୀତ ଆସାମିୟା, ବଙ୍ଗାଳୀ, ଗୁଜରାଟ, କନ୍ନଡ, କୋଙ୍କଣୀ, ମାଲାୟଲମ, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ରହିଛି ।

ଆବେଦନ ଶୁଳ୍କ : ଆବେଦନ ପାଇଁ ସାମାନ୍ୟ/ଓବିସି/ EWS ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWBD ଶ୍ରେଣୀର ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ସାମାନ୍ୟ ଛାଡ୍‌ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌  ଚେକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.