Below header

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ‘ମାହାଲ’, ପବିତ୍ର ସ୍ଥାନଗୁଡ଼ିକୁ ଦେଖିଲେ ତୀର୍ଥଯାତ୍ରୀଙ୍କୁ ଦେବାକୁ ପଡ଼ିବ ଟଙ୍କା

ଜଗା ଦର୍ଶନ ପାଇଁ ଗଣିବେ ଟଙ୍କା । କାରଣ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ପୁରୀ (କେନ୍ୟୁଜ): ଜଗା ଦର୍ଶନ ପାଇଁ ଗଣିବେ ଟଙ୍କା । କାରଣ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାହାଲ ଦେବାକୁ ପଡ଼ିବ । ରୋଷଘର ଦର୍ଶନ, ରୋହିଣୀ କୁଣ୍ଡରୁ ଜଳ ସଂଗ୍ରହ, କୋଇଲି ବୈକୁଣ୍ଠ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ନରେନ୍ଦ୍ରରେ ସଂକଳ୍ପ କରିବା ଆଦି ଉପରେ ଦେୟ ଆଦାୟ ହେବ । ଶ୍ରୀମନ୍ଦିର ପ୍ରଶାସନ ଏହି ତୀର୍ଥ ଓ ପବିତ୍ର ସ୍ଥଳ ଗୁଡ଼ିକୁ ଟେଣ୍ଡର କରି ମାହାଲ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠକୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ୍ ବ୍ୟବସ୍ଥା କରିବ । ଫଳରେ ନିର୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ ।

ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଏବଂ ଟିକେଟ୍ ମୂଲ୍ୟ ଧାର୍ଯ୍ୟ ହେବ । ଆୟ ବଢ଼ାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପରେ ଭାର ଲଦିଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଶୋଷଣମୁକ୍ତ ପରିବେଶ ପାଇଁ ଏହି ଏସ୍‌ଓପି ଲାଗୁ ହେବ।

ଏଥିପାଇଁ ଶ୍ରୀମନ୍ଦିର ପରିସରରେ ମା ମହାଲକ୍ଷ୍ମୀଙ୍କ ମନ୍ଦିରରେ ବସିବ ଦାନ ବାକ୍ସ। ୪ଟି ସ୍ଥାନରେ ବସିବ ଦାନ ବାକ୍ସ। ଭକ୍ତ ନିବାସରେ ଟିଭି ଲାଗିବ। ସେପଟେ ରୋହିଣୀ କୁଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିଲାମ ପାଇଁ ଟେଣ୍ଡର ହେବ ବୋଲି ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.