ପାକିସ୍ତାନରେ ୩୦୦ଟଙ୍କା ପାର ହେଲା ପେଟ୍ରୋଲ ଓ ଡିଜେଲ ଦାମ, ବଢ଼ିଲା ପାକିସ୍ତାନୀଙ୍କ ସମସ୍ୟା

ପାକିସ୍ତାନର ସରକାର ଗୁରୁବାର ଅର୍ଥାତ ୩୧ ଅଗଷ୍ଟ ବିଳମ୍ବିତ ରାତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୪ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜି ଅର୍ଥାତ ସେପ୍ଟେମ୍ବର ୧ ସକାଳ ଠାରୁ ନୂଆ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ପାକିସ୍ତାନରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩୦୦ ଟଙ୍କା ଅତିକ୍ରମ କରିଛି ।

ପ୍ରତିଦିନ ପାକିସ୍ତାନର ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବଢ଼ୁଥିବା ଇଲେକ୍ଟ୍ରି ବିଲ୍‌ ଯୋଗୁଁ ଲୋକମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏତକ କମ ନଥିଲା ଯେ ସରକାର ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବଢ଼ାଇ ଦେଇଛନ୍ତି। ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବର୍ତ୍ତମାନ ୩୦୦ଟଙ୍କା ପାର ହୋଇଛି। ଇଲେକ୍ଟ୍ରି ବିଲକୁ ନେଇ ବିରୋଧ ଲାଗି ରହିଥିବା ବେଳେ ପାକିସ୍ତାନ ସରକାର ତେଲ ଦାମ ବଢ଼ାଇଛନ୍ତି । ଯାହା ବର୍ତ୍ତମାନ ବୋଝ ଉପରେ ନଳିତା ବିଡ଼ା ସଦୃଶ ।

ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୯୦. ୪୫ ଟଙ୍କା ରହିଥିଲା । ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ୧୪.୯୧ ଟଙ୍କା ବୃଦ୍ଧି ପରେ ଏହାର ମୂଲ୍ୟ ଲିଟର ପିଛା ୩୦୫.୩୬ ଟଙ୍କା ହୋଇଛି। କେବଳ ଏତିକି ନୁହେଁ ଲିଟର ପିଛା ୨୯୩.୪୦ ଟଙ୍କାରେ ବିକ୍ରି ହେଉଥିବା ଡିଜେଲର ମୂଲ୍ୟ ୧୮.୪୪ ଟଙ୍କା ବୃଦ୍ଧି କରାଯାଇଛି । ଯାହା ପରେ ପାକିସ୍ତାନରେ ଡିଜେଲ ଲିଟର ପିଛା ୩୧୧.୮୪ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ପାକିସ୍ତାନରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩୦୦ ଟଙ୍କା ଅତିକ୍ରମ କରିଛି ।

ପାକିସ୍ତାନର ସରକାର ଗୁରୁବାର ଅର୍ଥାତ ୩୧ ଅଗଷ୍ଟ ବିଳମ୍ବିତ ରାତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୪ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜି ଅର୍ଥାତ ସେପ୍ଟେମ୍ବର ୧ ସକାଳ ଠାରୁ ନୂଆ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ସରକାରଙ୍କ ଅର୍ଥ ବିଭାଗ କହିଛି ଯେ ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ଏବଂ ବିନିମୟ ମୂଲ୍ୟରେ ପରିବର୍ତ୍ତନ ହେତୁ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । କାରଣ ଯାହା ହେଉନା କାହିଁକି ପାକିସ୍ତାନୀମାନଙ୍କ ସମସ୍ୟା ପୁଣି ବଢ଼ିଛି ।

ଆନ୍ତର୍ଜାତୀୟ ବଜାରରେ ପଡୋଶୀ ଦେଶ ପାକିସ୍ତାନୀ କରେନ୍ସି କ୍ରମାଗତ ଭାବେ ହ୍ରାସ ପାଉଛି । ନୂଆ କାର୍ଯ୍ୟନିର୍ବାହୀ ସରକାର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପାକିସ୍ତାନୀ ଟଙ୍କା ୧୫ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ଗୋଟିଏ ଡଲାର ପାକିସ୍ତାନୀ ଟଙ୍କା ୩୦୬ ସହିତ ସମାନ । ଟଙ୍କା ହ୍ରାସ କାରଣରୁ ପାକିସ୍ତାନ ପାଇଁ ଆନ୍ତର୍ଜାତୀୟ ବଜାରରୁ ତେଲ କିଣିବା କଷ୍ଟକର ହୋଇପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନକୁ ଆଇଏମଏଫରୁ ତିନି ବିଲିୟନ ଡଲାରର ଋଣ ମିଳିନାହିଁ ।

ଇଲେକ୍ଟ୍ରି ବିଲ୍ ସମସ୍ୟାରେ ପଡ଼ିଥିବା ଲୋକମାନେ ଶୀଘ୍ର EMI ରେ ବିଲ୍ ଭରି ପାରନ୍ତି । ଲୋକଙ୍କୁ ୬ ମାସ କିସ୍ତିରେ ବିଲ ଦେବାର ଅପ୍ସନ ଦେବାକୁ ମଧ୍ୟବର୍ତ୍ତୀକାଳୀନ ସରକାର ବିଚାର କରୁଛନ୍ତି । ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅନୱର୍-ଉଲ୍-ହକ୍ କକ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କ୍ୟାବିନେଟ୍ ମିଟିଂରେ ସରକାର ୪୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ଥିବା ଗ୍ରାହକଙ୍କୁ ବିଦ୍ୟୁତ୍ ବିଲ୍ କିସ୍ତିରେ ଛଅ ମାସରୁ ଅଧିକ ସମୟ ଦେବାକୁ ଅନୁମତି ଦେବାକୁ ଏକ ପ୍ରସ୍ତାବ ଅନୁମୋଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.