Below header

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୯ ଯବାନ ମୃତ, ୧୭ ଗୁରୁତର

ବାଇକରେ ଆସି ନିଜକୁ ଆତ୍ମଘାତୀ ବିସ୍ଫୋରଣରେ ଉଡାଇଲା ଆତତାୟୀ । ଫଳରେ ପାକିସ୍ତାନର ଖେବର ପଖତୁନଖ୍ଵାରେ ଆତ୍ମଘାତୀ ବିସ୍ଫୋରଣରେ ୯ ସୈନ୍ୟ ନିହତ ହୋଇଥିବା ଜଣାପଡିଛି । ଘଟଣାରେ ୧୭ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ପାକିସ୍ତାନର ଖେବର ପଖତୁନଖ୍ଵାରେ ଆତ୍ମଘାତୀ ବିସ୍ଫୋରଣରେ ୯ ସୈନ୍ୟ ନିହତ ହୋଇଥିବା ଜଣାପଡିଛି । ଘଟଣାରେ ୧୭ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଖବର ମୁତାବକ, ଆକ୍ରମଣକାରୀ ଏକ ମୋଟର ସାଇକେଲରେ ଆସିବା ପରେ ଏଭଳି କାଣ୍ଡ ଘଟାଇଥିଲା। ପାକିସ୍ତାନର ସେନା ଦଳକୁ ଟାର୍ଗେଟ କରିଥିଲା ।

ଜଣେ ଆତତାୟୀ ବାଇକରେ ଆସି ସୁରକ୍ଷା ବାହିନୀର କନଭୟକୁ ଧକ୍କା ଦେବାରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୯ ସୈନ୍ୟ ନିହତ ହୋଇଥିଲା। ଗୁରୁତର ୧୭ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହିଁ ।

ଏହି ଘଟଣାକୁ ନେଇ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ୍ କାକର ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତ ସୈନ୍ୟଙ୍କ ପରିବାର ତଥା ଗୁରୁତରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଆତତାୟୀ କାର୍ଯ୍ୟକଳାପ ନିନ୍ଦନୀୟ । ପାକିସ୍ତାନ ଏପରି ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଢ ଭାବେ ନିନ୍ଦା କରୁଛି।

ସୂଚନାଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ, ଯେଉଁଥିରେ ସେନା ଉପରେ ଆକ୍ରମଣ ହୋଇଛି । ଜୁଲାଇ ୩୦ ତାରିଖରେ ଖେବର ପଖତୁନଖ୍ୱାର ବାଜୁଲ ଜିଲ୍ଲାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏକ ରାଜନୈତିକ ସଭାରେ ୪ଶହରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇଥିବା ବେଳେ ଏହି ବିସ୍ଫୋରଣରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ୧୩ ଅଗଷ୍ଟରେ ପାକିସ୍ତାନର ବେଲିଚୁସ୍ତାନରେ ଚୀନ ଇଂଜିନିୟରଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ୪ ଜଣ ଚୀନ ନାଗରିକ ଏବଂ ୯ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.