Below header

ନିଆରା ଥିଲା ସେହି ପିଲାଦିନ: ନା ଥିଲା କିଛି ଆଶା, ନା ସ୍ୱପ୍ନ..ବର୍ତ୍ତମାନକୁ ଉପଭୋଗ କରିବାଟା ହିଁ ଥିଲା ଜୀବନ

ଆଜି ପୁଣି ସେହି ପିଲାଦିନ କଥା ମନେ ପଡେ । ପିଲାଦିନେ ସାଙ୍ଗସାଥୀମାନଙ୍କ ସହ ଖେଳିବା,ଦୌଡ଼ିବା, ମିଶିକି ବୁଲିବା, ସ୍କୁଲ୍ ଯିବା ସବୁ କିଛି । ପିଲାଦିନ ହିଁ କିଛି ନିଆରା। ନା ଥିଲା କିଛି ଆଶା, ନା ଥିଲା କିଛି ସ୍ୱପ୍ନ, ବର୍ତ୍ତମାନକୁ ଉପଭୋଗ କରିବାଟା ହିଁ ଥିଲା ଜୀବନ।

ସୁନ୍ଦରଗଡ(କେନ୍ୟୁଜ୍): ଆଜି ପୁଣି ସେହି ପିଲାଦିନ କଥା ମନେ ପଡେ । ପିଲାଦିନେ ସାଙ୍ଗସାଥୀମାନଙ୍କ ସହ ଖେଳିବା,ଦୌଡ଼ିବା, ମିଶିକି ବୁଲିବା, ସ୍କୁଲ୍ ଯିବା ସବୁ କିଛି । ପିଲାଦିନ ହିଁ କିଛି ନିଆରା। ନା ଥିଲା କିଛି ଆଶା, ନା ଥିଲା କିଛି ସ୍ୱପ୍ନ, ବର୍ତ୍ତମାନକୁ ଉପଭୋଗ କରିବାଟା ହିଁ ଥିଲା ଜୀବନ। ଖରାଦିନେ ଟାଇଁ ଟାଇଁ ଖରାରେ ୟା ବାଡି ତା ବାଡିରେ ପଶି ଆମ୍ବ, ପିଜୁଳି ଚୋରାଇ ଖାଇବାରେ ଯେଉଁ ଖୁସି ଆଜିର ଯୁଗରେ ମ୍ୟାଗି, ଚାଉମିନ୍ ଖାଇବାରେ କିନ୍ତୁ ସେହି ଖୁସି ନାହିଁ । ଶୀତଦିନେ କଅଁଳ ଖରାରେ ବସି ପଖାଳ ଖାଇବାରେ ଯେଉଁ ଖୁସି ଥିଲା ଆଜିର ଏସି ପବନରେ ସେହି ଖୁସି ନାହିଁ । ଖାସ୍ କରି ଗାଁର ପରିବେଶ ହିଁ କିଛି ଖାସ୍ । ଯାହା ସହରର ଚାକଚକ୍ୟରେ ଯେତେ ଖୋଜିଲେବି ମିଳିବା କଷ୍ଟକର ।

ତେବେ ଏତେ ସବୁ କହିବାର କାରଣ ଯେ ଆମ ସୁନ୍ଦରଗଡ ପ୍ରତିନିଧି ଦେବବ୍ରତ ଜେନା ଏମିତି ଏକ ଭିଡିଓ ଆମ ପାଖକୁ ପଠାଇଛନ୍ତି ଯାହାକୁ ଦେଖି ଗାଁ କଥା, ପିଲାଦିନ କଥା ମନେପଡିଗଲା । ଏହି ଭିଡିଓ କେମିତି ପ୍ରବଳ ବର୍ଷା ହେବା ଫଳରେ ଚାଷ ଜମିରେ ପାଣି ପଶିଯାଇଛି । ଆଉ ସେହି ପାଣି ଭିତରେ ପଶି କେମିତି କିଛି ଛୁଆ ଡିଆଁ ମାରୁଛନ୍ତି । ଏମାନଙ୍କ ଖୁସି ଆକାଶ ଛୁଆଁ । ତେବେ ରାଜଧାନୀରେ ଏହି ଦୃଶ୍ୟ ବିରଳ । ଏଠାରେ ପିଲେ ସୁଇମିଂ ପୁଲ୍,ୱାଟର ପାର୍କ ଆଦିରେ ଏହିସବୁ ସୁବିଧା ପାଉଛନ୍ତି, କିନ୍ତୁ ଏମିତି ପ୍ରାକୃତିକ ପରିବେଶ ଭିତରେ, ବିଲ ମଝିରେ ଜମିଥିବା ବର୍ଷା ପାଣିରେ ସାଙ୍ଗ ମାନଙ୍କ ସହିତ ମଜାମସ୍ତି କରିବାର ଯୋଉ ଅନୁଭବ, ତାହା କହିବା ଅସମ୍ଭବ।

ଆପଣ ବି ଦେଖନ୍ତୁ ସେହି ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.