ମଝି ଚିଲିକାରେ ବଜ୍ରପାତ ହେବାରୁ ଡଙ୍ଗା ଉପରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଗତକାଲି ରାତିରେ ସନ୍ୟାସୀ ନଗରର ବାପା ପୁଅ ମାଛ ମାରିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା। ଉଭୟ ସେହି ଡଙ୍ଗା ଉପରେ ହିଁ ପ୍ରାଣ ହରାଇଥିଲେ। ଘର ଲୋକ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ ନଲାଗିବାରୁ ବାଧ୍ୟ ହୋଇ ଅନ୍ୟ ଡଙ୍ଗାବାଲାଙ୍କୁ ଖବର ଦେଇଥିଲେ।

ଟାଙ୍ଗୀ(କେନ୍ୟୁଜ୍):ଏମିତି ବି ଆସେ ମୃତ୍ୟୁ । ମଝି ଚିଲିକାରେ ବଜ୍ରପାତ ହେବାରୁ ଡଙ୍ଗା ଉପରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଗତକାଲି ରାତିରେ ସନ୍ୟାସୀ ନଗରର ବାପା ପୁଅ ମାଛ ମାରିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା। ଉଭୟ ସେହି ଡଙ୍ଗା ଉପରେ ହିଁ ପ୍ରାଣ ହରାଇଥିଲେ। ଘର ଲୋକ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ ନଲାଗିବାରୁ ବାଧ୍ୟ ହୋଇ ଅନ୍ୟ ଡଙ୍ଗାବାଲାଙ୍କୁ ଖବର ଦେଇଥିଲେ।

ସେମାନେ ଡଙ୍ଗା ନିକଟକୁ ଯାଇ ଦେଖିବା ବେଳକୁ ଡଙ୍ଗାରେ ମ୍ତଦେହ ପଡିଥିଲା। ମୃତକ ହେଉଛନ୍ତି ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ। ସବୁଠାରୁ ବଡ଼ ଦୁଃଖଦ କଥା ହେଉଛି ଉତ୍ତମ ବିଶ୍ବାସଙ୍କ ଗତକାଲି ଝିଅଟିଏ ଜନ୍ମ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.