୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲା, ଦିଲ୍ଲୀର ପଟିଆଲା କୋର୍ଟରେ ପହଞ୍ଚିଲେ ନୋରା

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ଥିବା ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ସେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲେ। ଏହାପୂର୍ବରୁ ନୋରା ନିଜେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖାରେ ପହଞ୍ଚି ସମ୍ପୃକ୍ତ ଘଟଣାରେ ତାଙ୍କ ବୟାନ ରେକର୍ଡ କରିଥିଲେ ।

ବଲିଉଡର ଡ୍ୟାନ୍ସିଂ କୁଇନ ନୋରା ଫତେହି ନିଜ ଡ୍ୟାନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଆଜି ସେ ଅନ୍ୟ ଏକ ମାମଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ଥିବା ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ସେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲେ। ଏହାପୂର୍ବରୁ ନୋରା ନିଜେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖାରେ ପହଞ୍ଚି ସମ୍ପୃକ୍ତ ଘଟଣାରେ ତାଙ୍କ ବୟାନ ରେକର୍ଡ କରିଥିଲେ।

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ନୋରା ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଯାଉଥିବାର ନଜର ଆସିଥିଲେ। ଏହି ସମୟରେ ଅଭିନେତ୍ରୀଙ୍କୁ ବ୍ଲାକ ଆଉଟଫିଟରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ନଜର ଆସିଥିଲେ । ନୋରା ଫତେହି ସିଧା କୋର୍ଟକୁ ଯାଇଥିଲେ।

ତେବେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ନୋରା ଫତେହିଙ୍କୁ ମଧ୍ୟ ଅନେକ ଥର ପଚରାଉଚରା କରାଯାଇଥିଲା, ଏହି ସମୟରେ ନୋରା ପ୍ରକାଶ କରିଥିଲେ ଯେ ସୁକେଶ ଚନ୍ଦ୍ରଶେଖର ତାଙ୍କ ଭିଣେଇ ବବିଙ୍କୁ ପ୍ରାୟ ୬୫ ଲକ୍ଷ ଟଙ୍କାର BMW କାର ଉପହାର ଦେଇଥିଲେ । ଅଭିନେତ୍ରୀଙ୍କ କହିବାନୁସାରେ, ଚେନ୍ନାଇରେ ନିର୍ମିତ ଏକ ଷ୍ଟୁଡିଓରେ ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀଙ୍କ ଇଭେଣ୍ଟରେ ସେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଇଭେଣ୍ଟକୁ ଆସିବା ପରିବର୍ତ୍ତେ ସୁକେଶ ଟଙ୍କା ବଦଳରେ BMW କାର ନୋରାଙ୍କୁ ଉପହାର ଦେଇଥିଲେ। ଅଭିନେତ୍ରୀଙ୍କ କହିବାନୁସାରେ, ସେ ହ୍ୱାଟ୍ସଆପରେ ସୁକେଶଙ୍କ ସହିତ କଥାବାର୍ତ୍ତା କରୁଥିଲେ, କିନ୍ତୁ ପରେ ତାଙ୍କୁ ବାରମ୍ବାର ହଇରାଣ କରିବା ପରେ ସୁକେଶଙ୍କ ସହିତ ସେ ଯୋଗାଯୋଗ ବନ୍ଦ କରିଥିଲେ ।

ତେବେ ୨୦୦ କୋଟି ଟଙ୍କା ମନି ଲଣ୍ଡ୍ରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଏବଂ ସେ ବର୍ତ୍ତମାନ ଦିଲ୍ଲୀ ଜେଲରେ ଅଛନ୍ତି। ସୁକେଶ ବଲିଉଡ ଅଭିନେତ୍ରୀମାନଙ୍କୁ ଦାମୀ ଉପହାର ଏବଂ ମୂଲ୍ୟବାନ ଜିନିଷ ଦେଉଥିଲେ । ସୁକେଶ ଅନେକ ଲୋକଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.