Below header

ହଂକଂରେ ୬୮ ମହଲା ବିଲ୍ଡିଂରୁ ଖସି ଇନ୍‌ଷ୍ଟାଗ୍ରାମ ଷ୍ଟଣ୍ଟ୍‌ମ୍ୟାନଙ୍କ ମୃତ୍ୟୁ, ଦେଖନ୍ତୁ ଶେଷ ପୋଷ୍ଟ୍‍

ଇନଷ୍ଟାଗ୍ରାମ ଷ୍ଟଣ୍ଟ୍‌ ପାଇଁ ଜଣାଶୁଣା ୩୦ ବର୍ଷୀୟ ରେମି ଲ୍ୟୁସିଡିଙ୍କ ୬୮ ମହଲା ବିଲ୍ଡିଂରୁ ଖସି ମୃତ୍ୟୁ ଘଟିଛି। ଗୁରୁବାର ସନ୍ଧ୍ୟାରେ ରେମି ହଂକଂର ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକାରୁ ଖସି ପଡ଼ିଥିଲେ, ଯାହାର ଉଚ୍ଚତା ଥିଲା ୭୨୧ ଫୁଟ୍‌। ମୃତ୍ୟୁର ୬ ଦିନ ପୂର୍ବରୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଷ ପୋଷ୍ଟ କରିଥିଲେ।

ଖବର ମୁତାବକ, ଘଟଣା ସମୟରେ ରେମି ଲ୍ୟୁସିଡି ହଂକଂର ୬୮ ମହଲା ବିଲ୍ଡିଂ ଉପରକୁ ଚଢ଼ୁଥିଲେ। ଯେମିତି ସେ ବିଲ୍ଡିଂର ଶିଖରରେ ପହଞ୍ଚିଥିଲେ, ସେହି ସମୟରେ ହଠାତ୍ ତାଙ୍କର ବାଲାନ୍ସ ବିଗିଡ଼ି ଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ରେମିଙ୍କର ସାରା ବିଶ୍ୱରେ ଉଚ୍ଚ ଟାୱାର ଏବଂ ବିଲ୍ଡିଂ ଉପରେ ଚଢ଼ିବାର ଇତିହାସ ରହିଛି।

ଫ୍ରାନ୍ସର ବାସିନ୍ଦା ରେମି ସୋସିଆଲ ମିଡିଆରେ ‘ରେମି ଏନିଗମା’ ନାମରେ ବେଶ୍‌ ଜଣାଶୁଣା ଥିଲେ। ତେବେ ଘଟଣାର କିଛି ସମୟ ପୂର୍ବରୁ ଅର୍ଥାତ୍‌ ସନ୍ଧ୍ୟା ୭ଟା ୩୦ରେ ରେମି ଟାୱାରରେ ପହଞ୍ଚିଥିଲେ ଏବଂ ଜଣେ ସୁରକ୍ଷା କର୍ମୀଙ୍କୁ କହିଥିଲେ ଯେ ସେ ୪୦ତମ ମହଲାରେ ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଯାଉଛନ୍ତି।

ବିଲ୍ଡିଂର ସିସିଟିଭି ଫୁଟେଜରେ ରେମି ୪୯ତମ ମହଲାରେ ଲିଫ୍ଟରୁ ବାହାରିବା ଏବଂ ୬୮ତମ ମହଲାର ସିଡି ଚଢ଼ୁଥିବା ଦେଖିବାକୁ ମିଳିଛି। କୁହାଯାଉଛି କି, ଛାତର କବାଟ ବନ୍ଦ ଥିଲା, କିନ୍ତୁ ରେମି ଛାତରୁ ଏକ ଫଟୋ ନେବା ପାଇଁ ଏହାକୁ ଜବରଦସ୍ତି ଖୋଲି ଦେଇଥିଲେ। ରିପୋର୍ଟ ମୁତାବକ, ପୋଲିସଙ୍କୁ ତାଙ୍କର ସ୍ପୋର୍ଟସ କ୍ୟାମେରା ମିଳିଛି, ଯେଉଁଥିରେ ତାଙ୍କର ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ୍‌ର ଭିଡିଓ ସବୁ ରହିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.