Below header

ବିଶ୍ୱକପ ୨୦୨୩ : ୧୪ ଅକ୍ଟୋବର ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ ! ଅନ୍ୟ ମ୍ୟାଚରେ ହୋଇପାରେ ପରିବର୍ତ୍ତନ

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ୧୫ ଅକ୍ଟୋବରରେ ହେବାକୁ ଥିବା ମ୍ୟାଚକୁ ପରିବର୍ତ୍ତନ କରାଯାଇଛି । ସେଦିନ ନବରାତ୍ର ଆରମ୍ଭ ହେଉଥିବାରୁ ମ୍ୟାଚ ୧୪ ଅକ୍ଟୋବରରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ମ୍ୟାଚ୍‌ ୧୫ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ୧୫ ତାରିଖରେ ନବରାତ୍ରି ଆରମ୍ଭ ହେଉଥିବାରୁ ଏଥିରେ ପରିବର୍ତ୍ତନ କରାଯାଇଛି । ୧୫ ଅକ୍ଟୋବର ପରିବର୍ତ୍ତେ ୧୪ ଅକ୍ଟୋବରରେ ମ୍ୟାଚ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ବିସିସିଆଇ ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ ।

ଅକ୍ଟୋବର ୧୫ରେ ନବରାତ୍ର ଆରମ୍ଭ ହେଉଥିବାରୁ ଗୁଜରାଟରେ ଅନେକ ସ୍ଥାନରେ ଗରବା କାର୍ଯ୍ୟକ୍ରମ ହେବାର ରହିଛି । ଏମିତିରେ ଷ୍ଟାଡିୟମରେ ଦର୍ଶକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେଣୁ ସୁରକ୍ଷା ଏଜେନ୍ସୀ ତାରିଖକୁ ନେଇ ବିସିସିଆଇର ଅଧିକାରୀଙ୍କ ସହିତ ଚର୍ଚ୍ଚା କରିଛନ୍ତି ।

ତେଣୁ ମ୍ୟାଚ ୧୫ ପରିବର୍ତ୍ତେ ୧୪ ଅକ୍ଟୋବରରେ ହୋଇପାରେ । ଏହାଛଡା ଆଉ କେତେକ ମ୍ୟାଚ୍‌ ସିଡ୍ୟୁଲରେ ପରିବର୍ତ୍ତନ ହୋଇପାରେ । ଗତ କିଛିଦିନ ତଳେ ବିସିସିଆଇ ସଚିବ ଜୟ ଶାହାଙ୍କ ସହିତ ଅନ୍ୟ ୩ଟି ଦେଶ ଆଇସିସିକୁ ଚିଠି ଲେଖି ସିଡ୍ୟୁଲ ପରିବର୍ତ୍ତନ ପାଇଁ କଥା ହୋଇଥିଲେ । ତାରିଖ ଛଡା ମ୍ୟାଚ୍‌ ଭେନ୍ୟୁରେ କୌଣସି ପରିବର୍ତ୍ତନ କରାଯାଇନି ।

୧୪ ଅକ୍ଟୋବରରେ ପୂର୍ବରୁ ୨ଟି ମ୍ୟାଚ୍‌ ହେବାର ରହିଛି । ତେବେ ଯଦି ସେଦିନ ପୁଣି ଆଉ ଏକ ମ୍ୟାଚ୍‌ ହୁଏ, ତାହା ବିସିସିଆଇ ପାଇଁ ଏକ ଚ୍ୟାଲେଞ୍ଜ ହେବ । ୧୪ ଅକ୍ଟୋବରରେ ଦିଲ୍ଲୀରେ ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମ୍ୟାଚ ରହିଥିବା ବେଳେ ଚେନ୍ନାଇ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ମ୍ୟାଚ ରହିଛି । ତେବେ ସମ୍ଭବତଃ ଏହି ମ୍ୟାଚରେ କିଛି ପରିବର୍ତ୍ତନ ହୋଇପାରେ ।

ତେବେ ଭାରତରେ ପ୍ରଥମ ଥର ସଂପୂର୍ଣ୍ଣ ବିଶ୍ୱକପ ଆୟୋଜନ କରାଯାଉଛି । ଏଥିପାଇଁ ୧୦ଟି ସ୍ଥାନ ଚୟନ କରାଯାଇଛି । ଉଦଘାଟନୀ ମ୍ୟାଚ ଏବଂ ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ବିଶ୍ବକପ ୨୦୨୩ରେ ଟିମ୍‌ ଇଣ୍ଡିଆର ସୂଚୀ :

୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)

୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)

୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)

୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)

୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)

୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)

୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)

୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)

୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍‌ (ବେଙ୍ଗାଲୁରୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.