Below header

ମହିଳାଙ୍କ ସହିତ ବିଶ୍ୱାସଘାତକତା କଲା ଶୁକ୍ରାଣୁ, ଏହାର କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଆଜିକାଲି ଲୋକେ ଅନଲାଇନ ଠକାମିର ଶିକାର ହେଉଥିବା ଖବର ଆମ ସାମ୍ନାକୁ ଆସିଛି। ଖାସ୍‌ କରି ଅନଲାଇନ କ୍ଷେତ୍ରରେ। ଏପରି ଏକ ଠକେଇ ମାମଲା ଘଟଣା ରୁଷରେ ଦେଖିବାକୁ ମିଳିଛି। କିନ୍ତୁ ଏହି ମାମଲା କୌଣସି ଜିନିଷ ପାଇଁ ନୁହେଁ ବରଂ ଶୁକ୍ରାଣୁ ପାଇଁ। ଏଠିକାର ଜଣେ ମହିଳା ଶୁକ୍ରାଣୁ ବ୍ୟାଙ୍କ ଉପରେ କେସ୍‌ କରିଛନ୍ତି। ମହିଳା ଜଣକ କହିବାନୁଯାୟୀ, ଶୁକ୍ରାଣୁ ବ୍ୟାଙ୍କ ତାଙ୍କ ସହିତ ବିଶ୍ୱାସଘାତକତା କରିଛି।

sperm

ଖବର ମୁତାବକ, ମହିଳା ଜଣକ ଶୁକ୍ରାଣୁ ବ୍ୟାଙ୍କ ୱେବସାଇଟ୍‌ରୁ ଅନଲାଇନ ଶୁକ୍ରାଣୁ କିଣିଥିଲେ। ଏହି ଶୁକ୍ରାଣୁ ସହିତ ୬ ଫୁଟର ଜଣେ ଡୋନରଙ୍କ ଫଟୋ ଲାଗିଥିଲା। ଏହି ଶୁକ୍ରାଣୁ ଯୋଗୁଁ ନିଜ ପିଲାଟି ଡେଙ୍ଗା ହେବ ବୋଲି ଭାବିଥିଲେ ମହିଳା। ଶୁକ୍ରାଣୁ ବ୍ୟାଙ୍କ ମଧ୍ୟ ଏପରି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେଣୁ କରି ମହିଳା ଜଣକ ଶୁକ୍ରାଣୁ କିଣିବା ପରେ IVF ଜରିଆରେ ଶୁକ୍ରାଣୁକୁ ନିଜ ଗର୍ଭରେ ଧାରଣ କରିଥିଲେ। କିନ୍ତୁ ଶୁକ୍ରାଣୁକୁ ଗର୍ଭରେ ଧାରଣ କରିବାର କିଛି ମାସ ପରେ ମହିଳା ଜାଣିବାକୁ ପାଇଥିଲେ କି, ଗର୍ଭରେ ଥିବା ପିଲା ଏକ୍ରୋଣ୍ଡୋପ୍ଲାସିୟା ରୋଗରେ ପୀଡିତ ରହିଛି।

sperm 1

 

ଏହି ରୋଗ ଯୋଗୁଁ ପିଲାର ଉଚ୍ଚତା କମ୍‌ ହୋଇ ଯାଇଥାଏ। ଏହା ଜାଣି ମହିଳାଙ୍କୁ ଶକ୍ତଧକ୍କା ଲାଗିଥିଲା। ଏହାପରେ ମହିଳା ଜଣକ ଶୁକ୍ରାଣୁ ବ୍ୟାଙ୍କ ବିରୁଧରେ କୋର୍ଟରେ କେସ୍‌ କରିଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଇଣ୍ଟରନ୍ୟାସନାଲ ଶୁକ୍ରାଣୁ ବ୍ୟାଙ୍କ ୱେବସାଇଟ୍‌କୁ ବ୍ଲକ କରିବାକୁ ଆଦେଶ ଦେଇଛନ୍ତି। କିନ୍ତୁ କମ୍ପାନୀ ଦାବି କରିଛି ଯେ, ସେମାନଙ୍କ ପକ୍ଷରୁ ଉଚ୍ଚ କ୍ୱାଲିଟିର ଶୁକ୍ରାଣୁ ଦିଆଯାଏ, କିନ୍ତୁ ଏପରି ଭୁଲ ପାଇଁ IVF ଚିକିତ୍ସା ଯୋଗୁଁ ହୋଇଛି। ଉକ୍ତ ମହିଳାଙ୍କ ଏକ ୨ ବର୍ଷର ପୁଅ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.