ଜଗତସିଂହପୁର ତାରପୁର ଠାରେ ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଅଗ୍ନିଶମ ବିଭାଗର ଉଦ୍ଧାର ଅଭିଯାନ ଜାରି

ଜଗତସିଂହପୁର: ପୁଣି ମହାନଦୀକୁ ଡେଇଁଲେ ଯୁବକ । ଜଗତସିଂହପୁର ତାରପୁର ଠାରେ ମହାନଦୀ ବ୍ରିଜ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ରଘୁନାଥପୁର ଓ ତିର୍ତ୍ତୋଲର ଅଗ୍ନିଶମ କର୍ମଚାରୀ ନିଖୋଜ ଯୁବକଙ୍କୁ ଖୋଜିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏକ ସାଇକେଲରେ ଆସି ପୋଲ ଉପରେ ରଖିବା ପରେ ପୋଲ ବାଡ଼ାରୁ ନଦୀକୁ ଡେଇଁ ପଡ଼ିଥିଲେ। ପରେ ସେ ରାସ୍ତାରେ ଯାଉଥିବା କିଛି ଲୋକ ଏହାକୁ ଦେଖି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହା ପୂର୍ବରୁ ଦେବବ୍ରତ ନାମକ ଦୁଇ ଜଣ ଯୁବକ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.