Below header

ଝିଅକୁ ହରାଇବା ପରେ ବାପାମା’ କରୁଛନ୍ତି ଏଭଳି କାମ, ସଜାଡୁଛନ୍ତି ରାସ୍ତାର ଖାଲଖମା

ନୂଆଦିଲ୍ଲୀ : ପ୍ରତିଦିନ ଖବରକାଗଜ ହେଉ ଅବା ଟିଭି ଆପଣମାନେ ସଡକ ଦୁର୍ଘଟଣା ଖବର ନିଶ୍ଚିତ ଭାବେ ଶୁଣୁଥିବେ। ସଡକ ଦୁର୍ଘଟଣା ଯୋଗୁଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଏପରି ଏକ ଘଟଣା ବାଙ୍ଗାଲୁରୁରେ ମଧ୍ୟ ହୋଇଥିଲା। ଯେଉଁ ଦୁର୍ଘଟଣାରେ ୨୪ ବର୍ଷୀୟ ଅରୁନ୍ଧତୀଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣା ଯୋଗୁଁ ଅରୁନ୍ଧତୀଙ୍କ ମାତାପିତାଙ୍କୁ ବଡ ଶକ୍ତ ଧକ୍କା ଲାଗିଥିଲା। ନିଜ ଝିଅ ସହିତ ହୋଇଥିବା ଏଭଳି ଦୁର୍ଘଟଣା ଆଉ କାହା ସହିତ ନହେଉ ସେଥିପାଇଁ ସେମାନେ ଏଭଳି ଏକ କାର୍ଯ୍ୟ କରିବା ପାଇଁ ଯୋଜନା କଲେ। ଏବେ ଦୁହେଁ ରାସ୍ତାରେ ଥିବା ଖାଲଖମାକୁ ଭରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି।

44

ଘଟଣା ମୁତାବକ, ୨୦୧୪ରେ ନିଜ ଝିଅକୁ ସଡକ ଦୁର୍ଘଟଣାରେ ହରାଇବା ପରେ ଡା. ଶୁଭାଙ୍ଗୀ ଏବଂ ତାଙ୍କ ସ୍ୱାମୀ ସଂଜୟ ଏକ ସଂଗଠନ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଲେ। ଏହି ସଂଗଠନ ଜରିଆରେ ଦୁହେଁ ରାସ୍ତାରେ ଯାଉଥିବା ଲୋକଙ୍କୁ ଯାତାୟାତ କରିବାର ନିୟମ ପ୍ରତି ସଚେତନ କରାଇବା, ସରକାର ପ୍ରଦାନ କରୁଥିବା ମୌଳିକ ସୁବିଧାଗୁଡିକୁ ସଠିକ କରିବା ଏବଂ କିଭଳି ସଡକକୁ ମରାମତି କରିପାରିବେ ଇତ୍ୟାଦି କାର୍ଯ୍ୟ ସାମିଲ ରହିଥିଲା।

ଏହାସହ ପଢନ୍ତୁ ; ସମସ୍ତ ପାଇଁ ଉଦାହରଣ ପାଲଟିଲେ ଆଇଏଏସ୍‌ ଅଧିକାରୀ, ମାତ୍ର ୧୮ ହଜାର ଟଙ୍କାରେ କଲେ ପୁଅ ବିବାହ

ମୃତକଙ୍କ ମା ଡା. ଶୁଭାଙ୍ଗୀ କହିଛନ୍ତି କି, ସେ ତାଙ୍କ ଝିଅ ସହିତ ହୋଇଥିବା ଦୁର୍ଘଟଣା ଆଉ କାହା ସହିତ ନ ହେଉ। ଆମେ ଯେଉଁ ମାନସିକ ଯନ୍ତ୍ରଣାରେ ଗତି କରୁଛୁ, ତାହା ଆଉ କୌଣସି ମାତାପିତା ନ ଭୋଗନ୍ତୁ। ଏଥିପାଇଁ ଏହି ସଂସ୍ଥାର ଆରମ୍ଭ କରିଛୁ। ଏହି ସଂସ୍ଥା ସରକାରଙ୍କ ଇନଫ୍ରାଷ୍ଟକଚରକୁ ଠିକ୍‌ କରିବା ପାଇଁ ମଧ୍ୟ ଦାବି କରିଥାଏ। କେବଳ ଏତିକି ନୁହେଁ, ଏହି ସଂସ୍ଥା ଦ୍ୱାରା ରାସ୍ତାରେ ହୋଇଥିବା ଖାଲଖମା ସଜାଡୁଛି ମଧ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.