Below header

ଏପ୍ରିଲ-ମଇରେ ବିବାହ ଅଛି ତ ନିଶ୍ଚୟ ପଢ଼ନ୍ତୁ ଏହି ଖବର, ବିନା ଅନୁମତିରେ ଏମିତି କଲେ ଦେବାକୁ ପଡିବ ବଡ ଜରିମାନା

ଲୋକସଭା ନିର୍ବାଚନ ୨୦୧୯ର ତାରିଖ ଘୋଷଣା ହେବା ପରେ ପୂରା ଦେଶରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇଯାଇଛି। ଏହି ପରିସ୍ଥିତିରେ ନିର୍ବାଚନ ଆୟୋଗ କହିଲେ ଯେ ନୂଆ ନିୟମ ମଧ୍ୟ ଜାରି କରାଯାଇଛି। ବିବାହ ଋତୁ ଥିବା କାରଣରୁ ମଧ୍ୟ ଏଇଥର ଢ଼ୋଲ କିମ୍ବା କୌଣସି ପ୍ରକାର ଶବ୍ଦ କମ୍ ଶୁଣିବାକୁ ମିଳିବ।

ଆଚାର ସଂହିତା ଲାଗୁ ହେବା ପରେ ଏବେ ବ୍ୟାଣ୍ଡ-ବାଜା ପାଇଁ ଏସଡିଏମଙ୍କ ଠାରୁ ଅନୁମତି ଆଣିବାକୁ ପଡିବ। ବିନା ଅନୁମତିରେ ବ୍ୟାଣ୍ଡ-ବାଜା ବଜାଇଲେ ସେମାନଙ୍କୁ ଗିରଫ କରାଯିବ। ଡିଜେ ବଜାଇବା ପାଇଁ ଅନୁମତି ଦିଆଯିବ ନାହିଁ। ଏହାର ଉଲ୍ଲଂଘନ କରୁତିବା ବ୍ୟକ୍ତିଙ୍କୁ ପ୍ରଶାସନଙ୍କ ଦ୍ବାରା କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଆଚାର ସଂହିତା ଲାଗୁ ହେବା ସହିତ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ସସପେଣ୍ଡ କରିଦିଆଯାଇଛି। ସବୁ ଅସ୍ତ୍ରଶସ୍ତ୍ରଧାରୀଙ୍କୁ ନିଜର ହତିଆର ସମ୍ବଦ୍ଧୀୟ ଥାନାରେ ଜମା କରିବା ଅନିବାର୍ଯ୍ୟ ହେବ।

ନିର୍ବାଚନ ପାଇଁ ୭୦ ଲକ୍ଷରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ ପ୍ରାର୍ଥୀ

moneyସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ ରାଯାଇଛି, ଯାହା ୨୦୧୪ ନିର୍ବାଚନରେ ୨୮ ଲକ୍ଷ ଟଙ୍କା ଥିଲା। ଗୋଟିଏ ଦିନରେ ୧୦ ହଜାର ଟଙ୍କାରୁ ଅଧିକ କ୍ୟାସ ଜଣେ ରୁ ଅଧିକ ବ୍ୟକ୍ତିଙ୍କୁ ଦେଇପାରିବେ ନାହିଁ। ନିର୍ବାଚନ ପାଇଁ ପ୍ରାର୍ଥୀ ନିଜ ପାଖରେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ରଖିପାରିବେ ନାହିଁ। ପାର୍ଥୀଙ୍କୁ ନୂଆ ବ୍ୟାଙ୍କ ଖାତା ଖୋଲିବାକୁ ପଡିବ। ଏହାର ସୂଚନା ଜିଲ୍ଲା ନିର୍ବାଚନ ଅଫିସରଙ୍କୁ ଦେବାକୁ ହେବ। ଚେକ କିମ୍ବା ନୋଟ ବ୍ୟାକିଂ ଜରିଆରେ ହିଁ ସବୁ ପ୍ରାର୍ଥୀମାନେ ପେମେଣ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.