ଅନ୍ଧ କଲା ସମ୍ପତ୍ତିର ଲୋଭ, ନିଜ ହାତରେ ମା ବାପାଙ୍କୁ ମାରିଦେଲା ଝିଅ

ସମ୍ପତ୍ତି ଲୋଭ ସତରେ କାହାକୁ କଣ କରାଇ ନଥାଏ । ବିହାରରେ ଏମିତି ଏକ ଘଟଣା ଘଟିଛି । ସମ୍ପତ୍ତି ଲୋଭରେ ଅନ୍ଧ ଝିଅ ପାଇଁ ତାର ବାପା ମା’ଙ୍କୁ ହତ୍ୟା କରିଛି । ପଶ୍ଚିମ ବିହାରର ନାଙ୍ଗଲୋଇ ସୟଦ ଗାଁରେ ଏଇ ଅଭାବନୀୟ ଘଟଣା ଘଟିଛି । ନିଜ ପ୍ରେମିକ ସହିତ ମିଶି ପ୍ରଥମେ ବାପା ଓ ପରେ ମା’କୁ ନିର୍ମମ ଭାବେ ହତ୍ୟା କରିଛି ଝିଅ ଦେବିନ୍ଦର କୌର ଓରଫ ସୋନିଆ ।

DAUGHTER KILLS-1ସୋନିଆ ବିବାହିତ ଥିଲା । ହେଲେ ସ୍ୱାମୀ ଠାରୁ ଅଲଗା ହୋଇ ବାପା ମାଆ ଓ ସାନ ଭଉଣୀ ସହିତ ନିଲୋଠିର ଦୀପକ ବିହାରରେ ରହୁଥିଲା । ପ୍ରେମିକ ପ୍ରିନ୍ସ ଦୀକ୍ଷିତ ସହିତ ତାର ସମ୍ପର୍କ ରହିଥିଲା । ଏହା ପରେ ବାପା ମାଆଙ୍କ ଉପରେ ସବୁ ସମ୍ପତ୍ତି ତା ନାଁରେ ଲେଖି ଦେବାକୁ ସୋନିଆ ଦାବି କରୁଥିଲା । ହେଲେ ଏଥିରେ ମାତା ପିତା ରାଜି ନହେବାରୁ ପ୍ରେମିକ ପ୍ରିନ୍ସ ଓରଫ ବିକ୍ରମ ସହିତ ମିଶି ଷଡ଼ଯନ୍ତ୍ର କରିଥିଲା ।
ଗତ ଶୁକ୍ରବାର ଦିନ ଗାଁ ନିକଟ ନାଳରେ ଜଣେ ମହିଳାଙ୍କ ଶବ ଭାସୁଥିବା ଖବର ପାଇ ପୋଲିସ୍‌ ପହଞ୍ଚିଥିଲା । ଏକ ସୁଟକେସ୍‌ ଭିତରୁ ଉଦ୍ଧାର କରିଥିଲା ସୋନିଆର ମା ଜାଗୀର କୌରଙ୍କ ମୃତଦେହ । ଏହାପରେ ଚାଲିଲା ତଦନ୍ତ । ଜଣାପଡ଼ିଲା ଯେ କିଛି ଦିନ ପୂର୍ବରୁ ବାପା ନିଖୋଜ ହୋଇ ଯାଇଛନ୍ତି । ଖୋଳତାଡ଼ ପରେ ମାର୍ଚ୍ଚ ୯ ତାରିଖରେ ପୋଲିସ୍‌କୁ ମିଳିଲା ସୋନିଆର ବାପା ଗୁରମତ ସିଂହଙ୍କ ମୃତଦେହ । ଏଥର ପୂରା ସନ୍ଦେହ ଭିତରକୁ ଆସିଲା ଝିଅ ସୋନିଆ । ପୋଲିସ୍‌ ଜୋରଦାର ଜେରା କରିବା ପରେ ସବୁ ସତ କହିଗଲା ସୋନିଆ ।
ଫେବ୍ରୁଆରୀ ୧୦ ତାରିଖରେ ମା ଜାଗୀର କୌର ନିଜ ବାପାଙ୍କୁ ଦେଖିବା ପାଇଁ ଜଳନ୍ଧର ଚାଲି ଯାଇଥିଲେ । ଏହି ମଉକାରେ ଫେବ୍ରୁଆରୀ ୨୧ ତାରିଖ ଦିନ ପ୍ରଥମେ ବାପାଙ୍କୁ ଚା’ରେ ନିଦ ଔଷଧ ଦେଇ ତାଙ୍କୁ ବେହୋସ୍‌ କରିବା ପରେ ତଣ୍ଟି ଚିପି ମାରି ଫିଙ୍ଗ ଦେଇଥିଲା ସୋନିଆ । ଏଥିରେ ତାକୁ ପ୍ରିନ୍ସ ଓ ତାର ଦୁଇ ଜଣ ସହଯୋଗୀ ସହାୟତା କରିଥିଲେ । ପ୍ରିନ୍ସରେ ଲକ୍ଷ୍ନୌରେ ରହୁଥିଲା । ଗୁରମିତଙ୍କ ହତ୍ୟାକାଣ୍ଡ ପରେ ସେ ପୁଣି ଲକ୍ଷ୍ନୌ ଫେରି ଯାଇଥିଲା ।
ପରେ ମା’ ଜାଗୀର ଫେରିଥିଲେ ମାର୍ଚ୍ଚ ୨ ତାରଇଖରେ । ତାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରିଥିଲା ସୋନିଆ । ମୃତଦେହକୁ ସୁଟକେସ୍‌ରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲା । ଏଥିରେ ତାଙ୍କୁ ପ୍ରେମିକ ଓ ଆଉ କିଛି ଲୋକ ସହାୟତା କରିଥିବା ପୋଲିସ୍‌ ଜାଣିବାକୁ ପାଇଛି । ସୋନିଆ ଓ ପ୍ରିନ୍ସକୁ ଗିରଫ କରିବା ପରେ ତାର ସାଥୀଙ୍କ ଖୋଜୁଛି ପୋଲିସ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.