Below header

ଆଜି ଭାଇ ଦ୍ୱିତୀୟା, ଜାଣନ୍ତୁ କଣ ରହିଛି ଏହି ପର୍ବର ମହତ୍ୱ

ଭଉଣୀମାନେ ନିଜ ଭାଇମାନଙ୍କର ଶୁଭଫଳ ପାଇଁ ଆଜିର ଦିନରେ ଭାଇଦୁଜ୍‌ ପର୍ବ ପାଳନ କରିଥାନ୍ତି। ଏହି ଦିନ ଭାଇ ମଧ୍ୟ ଦିଜ ଭଉଣୀକୁ ଉପହାର ଦେଇଥାଏ। ଭୈୟାଦୁଜ୍‌ କୁ ଭାଓ ଦୁଜ୍‌, ଭାଇ ଦ୍ୱିତୀୟା ଏବଂ ଭାତୃ ଦ୍ୱିତୀୟା ନାମରେ ପ୍ରସିଦ୍ଧ। ଏହି ପର୍ବ ଦୀପାବଳିର ଦୁଇ ଦିନ ପରେ କାର୍ତ୍ତିକ ଶୁକ୍ଳ ପକ୍ଷର ଦ୍ୱିତୀୟ ତିଥିରେ ପାଳନ କରାଯାଇଥାଏ।

ଜାଣନ୍ତୁ କଣ ରହିଛି ଭାଇଦୁଜ୍‌ ର ମହତ୍ୱ:

ଏହି ଦିନ ଭଉଣୀ ନିଜ ଭାଇକୁ ଟିକା ଲଗାଇବା ଦ୍ୱାରା ଭାଇକୁ ଯମଦୋଷରୁ ମୁକ୍ତି ମିଳିଯାଇଥାଏ। ଏହିଦିନ ଭାଇ ଭଉଣୀ ଘରକୁ ଯାଇ ଭୋଜନ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହିଁ ମୃତ୍ୟୁ ଦେବତା ଯମରାଜ ନିଜ ଭଉଣୀ ୟମୀ ବା ଯମୁନାଙ୍କ ଘରକୁ ଯାଇ ଭୋଜନ କରିଥିଲେ ଏବଂ ତାଙ୍କୁ ବରଦାନ ସ୍ୱରୂପ ଏହି ଦିନ ସର୍ବଦା ଆସିବ ବୋଲି ଶପଥ କରିଥିଲେ। ଏହିକାରଣରୁ ଦେବୀ ଯମୁନାଙ୍କ କହିବାନୁଯାୟୀ ଏହି ଦିନ ଯେଉଁ ଭଉଣୀ ନିଜ ଭାଇକୁ ଟିକା ଲଗାଇଥାଏ ତାଙ୍କର ଯମ ପ୍ରତି ଭୟ ରହିବ ନାହିଁ। ମାନ୍ୟତା ରହିଛି ଭାଇଦୁଜ୍‌ ପର୍ବରେ ଯେଉଁ ଭାଇ-ଭଉଣୀ ଯମୁନା ନଦୀରେ ସ୍ନାନ କରିଥାନ୍ତି ତାଙ୍କୁ ପୁଣ୍ୟ ପ୍ରାପ୍ତି ହୋଇଥାଏ।

poojaaaଭାଇଦୁଜ୍‌ ପୂଜା ବିଧି:

-ଏହି ଦିନ ସକାଳୁ ସ୍ନାନ ସାରିବା ପରେ ଭଉଣୀ ଗୋଟିଏ ଥାଳିରେ ସିନ୍ଦୁର, ଚାଉଳ, ଦୀପ ଏବଂ ମିଠା ରଖନ୍ତୁ।

-ଭଗବାନ ଗଣେଶ ଏବଂ ବିଷ୍ଣୁଙ୍କୁ ସର୍ବ ପ୍ରଥମେ ପୂଜା କରନ୍ତୁ।

-ଚାଉଳ କିମ୍ବା ଅଟାରେ ଝୋଟି ପକାଇ ଭାଇଙ୍କୁ ସେହି ସ୍ଥାନରେ ବସାନ୍ତୁ।

-ଭାଇର ହାତରେ କିଛି ଚାଉଳ ରଖି ସେଥିରେ ସିନ୍ଦୂର ଲଗାନ୍ତୁ। ଏହାପରେ ସେଥିରେ ଫୁଲ, ଗୁଆ ଏବଂ କିଛି ପଇସା ରଖି ଧୀରେ ଧୀରେ ସେଥିରେ ପାଣି ପକାନ୍ତୁ।

ଏହାସହ ପଢନ୍ତୁ: ଶ୍ରୀରାମଙ୍କ ଜନ୍ମ ପୂର୍ବରୁ ପାଳନ ହେଉଥିଲା ଦୀପାବଳି, କେହି ଜାଣନ୍ତି ନାହିଁ ଏହା ପଛର ରହସ୍ୟ

-ଏହାପରେ ଭାଇଙ୍କ ହାତରେ ତିଲକ ଲଗାନ୍ତୁ ଏବଂ ଭାଇର ଦୀର୍ଘ ଆୟୁଷ ପାଇଁ ଏହି ମନ୍ତ୍ର ଜପ କରନ୍ତୁ।

‘ଗଙ୍ଗା ପୁଜେ ଯମୁନା କୋ ଯମୀ ପୁଜେ ଯମରାଜକୋ, ସୁଭଦ୍ରା ପୂଜା କୃଷ୍ଣ କୋ, ଗଙ୍ଗା ଯମୁନା ନୀର ବହେ ମେରେ ଭାଇ କି ଆୟୁ ବଢେ।’

-ଏହାପରେ ଭଶି ନିଜ ଭଉଣୀଙ୍କୁ ଉପହାର ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.