ଆନ୍ଦୋଳନକାରୀ ଆଇନଜୀବୀଙ୍କୁ ବାର କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର କଡା ନିର୍ଦ୍ଦେଶ, ନଓହରିଲେ ହେବେ ନିଲମ୍ବିତ

କଟକ(କେନ୍ୟୁଜ୍): ଆଇନଜୀବୀ ଆନ୍ଦୋଳନକୁ ନେଇ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର କଡ଼ା ନିର୍ଦ୍ଦେଶ । ତୁରନ୍ତ ଆନ୍ଦୋଳନରୁ ଓହରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଦୋଳନରୁ ନଓହରିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ଆନ୍ଦୋଳନରୁ ନଓହରିଲେ ନିଲମ୍ବିତ ହେବେ ନହେଲେ ନିର୍ବାଚନ ଲଢିବାରୁ ଅଯୋଗ୍ୟ ହେବେ । ଏହି ନିର୍ଦ୍ଦେଶ ପାଳନ ହୋଇଛି କି ନାହିଁ, ଆସନ୍ତା ତିନି ତାରିଖ ସୁଦ୍ଧା ବାର କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ଜଣାଇବାକୁ କୁହାଯାଇଛି । ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଥିବା ବେଳେ ବାର କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ନଭେମ୍ବର ୮ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.