Below header

ଟ୍ୟୁନିସିୟାର ମରୁଭୂମିରେ ହଠାତ୍‌ ତିଆରି ହୋଇଗଲା ହ୍ରଦ, ଜାଣନ୍ତୁ କିଭଳି ଘଟିଲା ଏହି ରହସ୍ୟମୟ ଘଟଣା

ପୃଥିବୀରେ ଭୂଗର୍ଭୀୟ ଅସନ୍ତୁଳନ ଯୋଗୁ କେବେ କେବେ କିଛି ରହସ୍ୟମୟ ଘଟଣା ସବୁ ଘଟିଚାଲିଥାଏ। ଏମିତି ହିଁ ଏକ ଘଟଣା ଟ୍ୟୁନିସିୟାର ମରୁଭୂମିରେ ଘଟିଥିଲା। ଘଟଣାଟି ହେଉଛି, ରାତାରାତି ଏଠାରେ ଏକ ହ୍ରଦ ବନିଯାଇଥିଲା, ଯାହାକି ଖୁବ୍‌ ରହସ୍ୟମୟ ଥିଲା। ତେବେ କେଉଁଥିପାଇଁ ମରୁଭୂମିରେ ହ୍ରଦ ସୃଷ୍ଟି ହେଲା, ତାହା ଏ ପଯ୍ୟର୍ନ୍ତ ସ୍ପଷ୍ଟ ହୋଇପାରିନାହିଁ। ଭୂ-ବୈଜ୍ଞାନିକମାନଙ୍କ କହିବା ହେଲା, ଏହା ଏକ ଭୂକମ୍ପ ପ୍ରକ୍ରିୟା। ଭୂଗର୍ଭରେ କୌଣସି ପ୍ରକାର ଅସନ୍ତୁଳନ ଯୋଗୁ ତଳ ପାଣି ଉପରକୁ ଚାଲିଆସିଛି। ବାକି ତଦନ୍ତ ପରେ ପୂରା ସତ ସାମ୍ନାକୁ ଆସିବ।

111

ସ୍ଥାନୀୟ ଲୋକେ ଏହି ହ୍ରଦକୁ ‘ଲେକ୍‌ ଦ ଗାଫ୍ସା’ ନାଁ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ଏହାର ପାଣିକୁ ବ୍ୟବହାର ନ କରିବାକୁ ଚେତାବନୀ ଦେଇଛି। ଅଧିକାରୀମାନେ ଲୋକଙ୍କୁ ସତର୍କ କରାଇ କହିଛନ୍ତି ଯେ ହ୍ରଦର ପାଣି ବହୁତ ବିଷାକ୍ତ। ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। କାରଣ, ଯେତେବେଳେ ଏଠାରେ ପ୍ରଥମେ ପାଣି ବାହାରିଥିଲା, ସେତେବେଳେ ଏହା ନୀଳ ରଙ୍ଗର ଥିଲା। ଏବେ ଏହା ସବୁଜ ରଙ୍ଗରେ ବଦଳିଯାଇଛି।

ଏହାସହ ପଢ଼ନ୍ତୁ: ବର୍ଷକୁ ମାତ୍ର ଗୋଟିଏ ଦିନ ହିଁ ଖୋଲିଥାଏ ଏହି ଦୋକାନ, ଲମ୍ବା ଲାଇନ୍‌ ଲଗାନ୍ତି ଗ୍ରାହକ

122

କିନ୍ତୁ ସେପଟେ ପ୍ରଶାସନର ଚେତାବନୀ ସତ୍ତ୍ୱେ ଲୋକେ ହ୍ରଦ ନିକଟକୁ ଆସୁଛନ୍ତି। ଗରମରୁ ରକ୍ଷା ପାଇବା ପାଇଁ ନିଜକୁ ରୋକିପାରୁ ନାହାନ୍ତି।
ପ୍ରଶାସନର କହିବା ମୁତାବକ, ଗୋଟିଏ ହେକ୍ଟରରୁ ଅଧିକ ଦୂର ପଯ୍ୟର୍ନ୍ତ ବ୍ୟାପିଥିବା ଏହି ହ୍ରଦର ଆକାର ୧୦ ଲକ୍ଷ ଘନ ମିଟର ହୋଇପାରେ। ସେହିପରି ଏହାର ଗଭୀରତା ୧୦ରୁ ୧୮ ମିଟର ହୋଇପାରେ। ଏହା ଟ୍ୟୁନିସିୟାର ଗାଫ୍ସା ସହରରେ ରହିଛି। ଏଠାରେ ଦେଶର ମାଇନିଂ ଇଣ୍ଡଷ୍ଟ୍ରି ଅଛି। ଆଉ ଗାଫ୍ସା ସହର ବିସ୍ଫୋଟ ମାଇନ୍ସର ସବୁଠାରୁ ବଡ଼ ଠିକଣା ଅଟେ।

ଏହାସହ ପଢ଼ନ୍ତୁ: ହିନ୍ଦୁ ମୁସଲମାନ ଏକତାର ଅନ୍ୟୂନ ଉଦାହରଣ ସୃଷ୍ଟି କଲେ ଏହି ମହିଳା, ଛପାଇଲେ ଏପରି ବିବାହ ନିମନ୍ତ୍ରଣ କାର୍ଡ

123

ମରୁଭୂମିରେ ମାଟି ତଳୁ ପାଣି ଉପରକୁ ଉଠିଆସିବାରେ ଏହା ପ୍ରଥମ ଘଟଣା ନୁହେଁ। ଶହ ଶହ ବର୍ଷ ଧରି ଭୂଗର୍ଭୀୟ ପରିବର୍ତ୍ତନ ଯୋଗୁ ମରୁଭୂମିରେ ଏମିତି ଚମତ୍କାରିତା ଦେଖିବାକୁ ମିଳୁଛି। ଏପରି ଜଳାଶୟକୁ ଭୂଗର୍ଭୀୟ ଭାଷାରେ ‘ଗୁଏଲ୍ଟା’ ବୋଲି କୁହାଯାଏ। ଏହାର ସବୁଠାରୁ ବଡ଼ ବିଶେଷତ୍ତ୍ୱ ହେଉଛି, ଏହା କେବେ ବି ଶୁଖି ନ ଥାଏ। ଏକ ସୀମିତ ମାତ୍ରାରେ ଜଳ ନିରନ୍ତର ଭାବେ ଉପରକୁ ଆସିଥାଏ। ଠିକ୍‌ ଏମିତି ହିଁ ଏକ ଗୁଏଲ୍ଟା ବିଶ୍ୱର ବଡ଼ ମରୁଭୂମି ‘ସାହାରା’ରେ ରହିଛି, ଯାହାକି ‘ଗୁଏଲ୍ଟା ଦ ଆର୍ଚେଇ’ ନାଁରେ ପ୍ରସିଦ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.